fbpx

(Video) ଶେଷ ଟି-୨୦ରେ ଗର୍ଜିଲା ସଞ୍ଜୁଙ୍କ ବ୍ୟାଟ୍: ହାସଲ କଲେ ବିସ୍ଫୋରକ ଶତକ, ବିଶାଳ ରେକର୍ଡରେ ସାମିଲ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଗର୍ଜିଛି ସଞ୍ଜୁ ସାମସନଙ୍କ ବ୍ୟାଟ୍ । ମାତ୍ର ୪୦ ବଲରୁ ଶତକ ହାସଲ କରିଛନ୍ତି ସଞ୍ଜୁ ସାମସନ । ପ୍ରଥମ ଦୁଇଟି ମ୍ୟାଚରେ ସଞ୍ଜୁ ଫେଲ ହୋଇଥିବା ବେଳେ ଶେଷ ମ୍ୟାଚରେ ରେକର୍ଡ ବ୍ରେକିଙ୍ଗ ଶତକ ହାସଲ କରି ନେଇଛନ୍ତି ସଞ୍ଜୁ ସାମସନ । ଏହି ଶତକୀୟ ଇନିଂସରେ ୧୦ଟି ଚୌକା ସହ ୮ଟି ଛକା ସାମିଲ ରହିଛି । ଏହି ଶତକ ସହ ଅନେକ ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି ସଞ୍ଜୁ । ସାମସନଙ୍କ ଏହି ଶତକ ଦ୍ରୁତତମ ଶତକ ତାଲିକାରେ ସାମିଲ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତେବେ ଏହି ମ୍ୟାଚରେ ଷ୍ଟାର ଓପନର ଅଭିଷେକ ଶର୍ମା ପୁଣିଥରେ ବିଫଳ ହୋଇଛନ୍ତି । ଅଭିଷେକଙ୍କ ପରେ ସଞ୍ଜୁ ସାମସନ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାଳି ସମ୍ଭାଳିବା ସହ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଏହି ମ୍ୟାଚରେ ସାମସନ-ସୂର୍ଯ୍ୟକୁମାର ଏକ ଐତିହାସିକ ଇନିଂସ ଖେଳିଛନ୍ତି । କିନ୍ତୁ ସଞ୍ଜୁ ସାମସନ ଏହି ମ୍ୟାଚରେ ନିଜ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ମାତ୍ର ୪୦ ବଲରୁ ଦ୍ରୁତତମ ଶତକ ହାସଲ କରି ଏହି ତାଲିକାରେ ସେ ନିଜ ନାମ ସାମିଲ କରିଛନ୍ତି ।

ଅନ୍ୟ ପକ୍ଷରେ ଟି-୨୦ କ୍ରିକେଟରେ ଗୋଟିଏ ଓଭରରୁ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାରେ ମଧ୍ୟ ନିଜ ନାମକୁ ସେ ସାମିଲ କରିଛନ୍ତି । ରିସାଦ ହୋସେନଙ୍କ ଓଭରରେ ଲଗାତାର ୫ଟି ଛକା ମାରି ଏହି ତାଲିକାରେ ସେ ଏଣ୍ଟ୍ରି କରିଛନ୍ତି । ସଞ୍ଜୁ ସାମସନଙ୍କ ସହ ସୂର୍ଯ୍ୟକୁମାର ଭାରତ ନାମରେ ମଧ୍ୟ ଏକ ରେକର୍ଡ ସାମିଲ କରିଛନ୍ତି । ପ୍ରଥମ ୧୦ ଓଭର ପରେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାବ୍ୟତୀତ ପାୱାର ପ୍ଲେ’ ରେ ସର୍ବାଧିକ ରନ୍(୮୨) ହାସଲ କରିବାରେ ଶୀର୍ଷ ସ୍ଥାନ ହାସଲ କରିଛି ସୂର୍ଯ୍ୟବାହିନୀ ।

Get real time updates directly on you device, subscribe now.