fbpx

ଡେଙ୍ଗୁ ନେଲା ଜୀବନ, ନିମାପଡ଼ା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେଡି କର୍ମୀଙ୍କ ମୃତ୍ୟୁ…

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତରେ ଡେଙ୍ଗୁ ଜ୍ୱରରେ ଶାନ୍ତନୁ ଭୋଇ (୪୪) ନାମକ ବ୍ୟକ୍ତିଙ୍କର ମୃତ୍ୟୁ  ଘଟିଛି । ଏହାକୁ ନେଇ ପଞ୍ଚାୟତରେ ଆତଙ୍କ ଖେଳିଯାଇଛି । ଶାନ୍ତନୁ ଭୋଇଙ୍କ ଶରୀର ଅସୁସ୍ଥ ହେବାରୁ କଟକ ସରକାରୀ ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସା ସମୟରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଗତ ସୋମବାର ରାତ୍ର ୧୨ଟାରେ ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା ପରିବାର ଲୋକେ ମୃତକଙ୍କ ଶବକୁ ଗ୍ରାମକୁ ଆଣିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମୃତକଙ୍କୁ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ଶାନ୍ତନୁ ବିଜେଡି ଦଳର ଆଗଧାଡିର ନେତା ଥିଲେ। ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବି ହୋଇଛିା

Get real time updates directly on you device, subscribe now.