ଶରଧାବାଲି ଅଘଟଣ, ଆକ୍ସନ ନେଲେ ସରକାର, ବଦଳିଲେ ପୁରୀର ଜିଲ୍ଲାପାଲ ଓ ଏସପି
ଚଞ୍ଚଲ ରାଣା ହେଲେ ପୁରୀର ନୂଆ ଜିଲ୍ଲାପାଳ ଓ ପିନାକ ମିଶ୍ର ହେଲେ ପୁରୀ ଏସପି।
ପୁରୀ: ପୁରୀ ଶରଧାବାଲି ଅଘଟଣ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର। ବଦଳିଲେ ପୁରୀ ଜିଲ୍ଲାପାଲ ଓ ଏସପି। ଜିଲ୍ଲାପାଳ ଓ ଏସପିଙ୍କୁ ବଦଲି କଲେ ସରକାର।
ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଚଞ୍ଚଳ ରାଣା ହେଲେ ପୁରୀର ନୂଆ ଜିଲ୍ଲାପାଳ। ଏହାସହ ପିନାକ ମିଶ୍ର ହେଲେ ପୁରୀର ନୂଆ ଏସପି।
କେବଳ ସେତିକି ନୁହେଁ ପୁରୀର ଶରଧାବାଲି ଅଘଟଣ ପରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ୱିତ କରିଛନ୍ତି। ଏହାସହ ଘଟଣାକୁ ନେଇ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନରଙ୍କ ଅଧୀନରେ ହେବ ତଦନ୍ତ।