fbpx

(Video)କମୁନି ବାବାଙ୍କ କ୍ରେଜ:ସତସଙ୍ଗରେ ଏକାଠି ହେଲେ ହଜାର ହଜାର ସାରଥୀ ଭକ୍ତ

Advertisement

ମାଲକାନଗିରି: ପୁଣି ଏକାଠି ହେଲେ ସାରଥୀ ଭକ୍ତ , ନାଚଗୀତ ସହ କମ୍ପିଲା ଗାଁ ଦାଣ୍ଡ । ଜୀବନ ପଥ ଏ ଦେହ ରଥ, ରଥେ ବସିଛ ରେବତି କାନ୍ତରେ ଦୋହଲୁଛି ଚର୍ତୁପାଶ୍ୱ । ଚାରି ଆଡେ ଶୁଭୁଛି ବାବା ସାରଥିଙ୍କ ଜୟ । ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବାବାଙ୍କ ଭକ୍ତମାନେ ବାବଙ୍କ ପାଦୁକା ପୂଜାରେ ଲାଗିଛନ୍ତି ।

ଏହି ଭିଡିଓ ଦେଖାବା ପରେ ଆପଣ ଅନୁମାନ ଲଗାଇପାରୁଥିବେ ଲୋକମାନେ କିପରି ସାରଥୀଙ୍କ ପ୍ରେମରେ ଅନ୍ଧ ହୋଇଛନ୍ତି । ଏଯାବତ ତାଙ୍କ ମନରୁ ସେ ସାରଥୀଙ୍କୁ ହଟାଇ ପାରୁ ନାହାନ୍ତି ।

ସୂଚନାମୁତାବକ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବରଜା ଗ୍ରାମରେ । ଜୈନକ ବ୍ୟକ୍ତି ଙ୍କ ପୁଅ ଜନ୍ମଦିନରେ ପାଦୁକା ଯାତ୍ରା ସହ ସତସଙ୍ଗ ର ଆୟୋଜନ ହୋଇଛି । ଏଥିପାଇଁ ପ୍ରଶାସନ ଠାରୁ ଅନୁମତି ମଧ୍ୟ ଅଣାଯାଇଥିବା ଜଣାଯାଇଛି । ଆଜି ଅପରାହ୍ନ ରେ ପ୍ରଶାସନ ର ଅନୁମତି ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । କୋୟା ଓ ବଣ୍ଡା ନୃତ୍ୟ ର ତାଳେ ତାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ରେ ପାଦୁକା ପୂଜା ସହ ପ୍ରବଚନ ମଧ୍ୟ ଆୟୋଜନ ହୋଇଛି । ତେବେ ଚଳିତ ଥର ରାଜ୍ୟ ର ସବୁ ଜିଲ୍ଲାରୁ ସାରଥୀ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଜଣାପଡ଼ିଥିବା ବେଳେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ଭକ୍ତ ଙ୍କ ସମାଗମ ରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ଏବେ ଅଧିକାଂଶ ଜିଲ୍ଲାବାସୀଙ୍କୁ ଚକିତ କରିଛି।

Get real time updates directly on you device, subscribe now.