fbpx

ବିରାଟ ଏବଂ ରୋହିତଙ୍କ ମଧ୍ୟରୁ ‘ଲଗାନ’ର ଆମୀର ଖାନ କିଏ! ଏହି ବ୍ୟାଟ୍ସମ୍ୟାନଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ସରଫରାଜ ଖାନଙ୍କ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ଡେବ୍ୟୁ ହୋଇଥିଲା । ସରଫରାଜ ଖାନ ନିଜର ପ୍ରଥମ ମ୍ୟାଚରେ ସାନଦାର ବ୍ୟାଟିଂ ସହ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସେ ଇଂଲଣ୍ଡ ବିପକ୍ଷ ସିରିଜରେ ମିଳିଥିବା ସୁଯୋଗର ଭରପୁର ଫାଇଦା ଉଠାଇ ତିନୋଟି ମ୍ୟାଚରେ ତିନିଟି ଅର୍ଦ୍ଦଶତକ ସାହାଯ୍ୟରେ ୨୦୦ ରନ କରିଥିଲେ । ସରଫରାଜଙ୍କୁ ଏହି ସିରିଜରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସମର୍ଥନ ମିଳିଥିଲା । ଏହି କାରଣରୁ ସରଫରାଜ ରୋହିତ ଶର୍ମାଙ୍କର ବହୁତ ସମ୍ମାନ କରନ୍ତି । ଏହାରି ମଧ୍ୟରେ ସରଫରାଜ ଖାନ ରୋହିତ ଶର୍ମାଙ୍କୁ ପ୍ରଶଂସା କରି ଏକ ବିବୃତ୍ତି ଜାରି କରିଛନ୍ତି ।

ସରଫରାଜ ରୋହିତଙ୍କ ତୁଳନା ବଲିଉଡର ବ୍ଲକବଷ୍ଟର ଫିଲ୍ମ ‘ଲଗାନ’ରେ ଆମିର ଖାନଙ୍କ ସହ କରିଛନ୍ତି । ୨୬ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ କହିଛନ୍ତି ଯେ, ରୋହିତ ଟେଷ୍ଟ ଟିମରେ ସମସ୍ତଙ୍କୁ ସମାନ ସମ୍ମାନର ସହ ବ୍ୟବହାର କରନ୍ତି ଏବଂ ଡ୍ରେସିଂ ରୁମରେ ଏକ ମନୋରମ ପରିବେଶ ବଜାୟ ରଖନ୍ତି । ସରଫରାଜ ଖାନ ବାଲାଂଦେଶ ବିରୋଧରେ ଭାରତର ଟେଷ୍ଟ ସିରିଜରୁ ପ୍ରଥମେ ଜିଓ ସିନେମା ସହ କଥା ହେବା ସମୟରେ କହିଛନ୍ତି ଯେ, ରୋହିତ ଶର୍ମା ବହୁତ ଭିନ୍ନ ଅଟେ । ସେ ଆପଣଙ୍କୁ ବହୁତ ସହଜ ଅନୁଭବ କରାନ୍ତି । ରୋହିତ ଶର୍ମା ବଡ଼ ଭାଇ ଭଳି । ତାଙ୍କ ଅଧିନାୟକତ୍ୱରେ ଖେଳି ମୁଁ ବହୁତ ଆନନ୍ଦ ଅନୁଭବ କରୁଛି ।

ସରଫରାଜ ଆହୁରି କହିଛନ୍ତି ଯେ, ଲଗାନ ତାଙ୍କ ମନ ପସନ୍ଦ ଫିଲ୍ମ । ଯେଉଁଭଳି ଆମିର ଖାନ ଫିଲ୍ମରେ ସେହି ଟିମ ଗଠନ କରିଥିଲେ, ତାଙ୍କ ନଜରରେ ରୋହିତ ଶର୍ମା ମଧ୍ୟ ଏହି ଟିମ ପାଇଁ ଆମିର ଖାନଙ୍କ ଭଳି ଅଟନ୍ତି । ୨୦୨୨ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ ରୋହିତ ଶର୍ମା ୧୬ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି ।

Get real time updates directly on you device, subscribe now.