fbpx

ଘର ତିଆରି କରିବା ଆହୁରି ହେଲା ଶସ୍ତା: କମିଲା ଲୁହା ରଡର ଦାମ୍, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ବୋଲି କୁହାଯାଇପାରେ । ବର୍ତ୍ତମାନ ଲୁହା ସହିତ ସିମେଣ୍ଟ ଏବଂ ବାଲିର ମୂଲ୍ୟ ମଧ୍ୟ ହ୍ରାସ ପାଉଛି । ଏହି କ୍ଷେତ୍ର ସହିତ ଜଡିତ ବ୍ୟବସାୟ ସୂତ୍ରରୁ ଜଣାପଡିଛି ଯେ, ଆଗାମୀ ଦିନରେ ଲୁହା ଦର ଆହୁରି ହ୍ରାସ ପାଇପାରେ । କୁହାଯାଉଛି ଯେ, ଲୁହାପଥର ଏବଂ କୋଇଲା ମୂଲ୍ୟରେ ହ୍ରାସ ହେବା ସହିତ ବଜାରରେ ଚାହିଦା କମିବା ମାତ୍ରେ ଲୁହା ବଜାରରେ ବହୁତ ହ୍ରାସ ଘଟିଛି ।

ବର୍ତ୍ତମାନ ଲୁହା ରଡର ମୂଲ୍ୟ ଅଗଷ୍ଟ ୨୦୨୧ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଆଜିକାଲି କାରଖାନାଗୁଡ଼ିକରେ ଲୁହା ରଡ୍ ଟନ୍ ପିଛା ୫୭ ହଜାର ଟଙ୍କାରେ ବିକ୍ରି ହେଉଛି । ଏଥି ସହିତ ଖୁଚୁରା ମୂଲ୍ୟରେ ଟନ୍ ପିଛା ୬୦ ହଜାର ୫୦୦ ଟଙ୍କାରେ ବିକ୍ରି ହେଉଛି । ଏହି କ୍ଷେତ୍ର ସହିତ ଜଡିତ ବ୍ୟବସାୟୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ଏହାର ମୂଲ୍ୟ ଆହୁରି ହ୍ରାସ ପାଇପାରେ । ଛତିଶଗଡ ସ୍ପଞ୍ଜ ଆଇରନ୍ ଆସୋସିଏସନର ସଭାପତି ଅନିଲ ନଚରାନି କହିଛନ୍ତି ଯେ, ଲୁହା ବଜାରରେ ଚାହିଦା ମଧ୍ୟ ଦୁର୍ବଳ, ଯେଉଁ କାରଣରୁ ମୂଲ୍ୟ ହ୍ରାସ ପାଉଛି । ଆଗାମୀ ଦିନରେ ମୂଲ୍ୟ ଆହୁରି ହ୍ରାସ ପାଇପାରେ ।

ଗୋଟିଏ ପଟେ ଲୁହା ରଡର ମୂଲ୍ୟରେ ଲଗାତାର ହ୍ରାସ ଘଟିଥିବାବେଳେ ସିମେଣ୍ଟ ମୂଲ୍ୟ ସ୍ଥିର ରହିଛି । ବ୍ୟାଗ ପିଛା ୨୮୫ ଟଙ୍କା ପର୍ଯ୍ୟନ୍ତ ହୋଲସେଲରେ ସିମେଣ୍ଟ ବିକ୍ରି ହେଉଛି । ଏଥି ସହିତ ସିମେଣ୍ଟର ମୂଲ୍ୟ ଖୁଚୁରା ମୂଲ୍ୟରେ ବ୍ୟାଗ ପିଛା ୨୯୫ ରୁ ୩୦୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ବ୍ୟବସାୟ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ, କମ୍ପାନୀଗୁଡିକ ସିମେଣ୍ଟ ମୂଲ୍ୟକୁ ଅନେକ ଥର ବଢ଼ାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଜାର ସପୋର୍ଟ ନକରିବା କାରଣରୁ ମୂଲ୍ୟ ବୃଦ୍ଧି ହୋଇନାହିଁ ।

ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଆଗାମୀ ଦିନରେ ଲୁହା ରଡର ମୂଲ୍ୟ ଟନ୍ ପିଛା ୩୦୦୦ ଟଙ୍କା ହ୍ରାସ ହୋଇପାରେ ଏବଂ ଲୁହା ରଡ୍ ଟନ୍ ପିଛା ୫୪,୦୦୦ ଟଙ୍କା ହୋଇପାରେ । ବର୍ତ୍ତମାନ ଲୁହା ବଜାରରେ ଚାହିଦା ମଧ୍ୟ ବହୁତ କମ୍ ରହିଛି । ଏହା ସହିତ ବାଲି, ଇଟା ଏବଂ ଗୋଡି ମୂଲ୍ୟ ମଧ୍ୟ ସ୍ଥିର ରହିଛି ।

ଅଗଷ୍ଟ ୨୦୨୧ ଠାରୁ ଏହିପରି ରହିଥିଲା ମୂଲ୍ୟ :-

ଅଗଷ୍ଟ ୨୦୨୧ ଟନ୍ ପିଛା ୬୦ ହଜାର ୫୦୦ ଟଙ୍କା
ମାର୍ଚ୍ଚ ୨୦୨୧ ଟନ୍ ପିଛା ୮୦ ହଜାର ୪୦୦ ଟଙ୍କା ।
ଅଗଷ୍ଟ ୨୦୨୨ ଟନ୍ ପିଛା ୬୯ ହଜାର ଟଙ୍କା ।
ମାର୍ଚ୍ଚ ୨୦୨୩ ଟନ୍ ପିଛା ୬୬ ହଜାର ଟଙ୍କା ।
୨୭ ମେ’ ୨୦୨୩ ଟନ୍ ପିଛା ୬୦ ହଜାର ୫୦୦ ଟଙ୍କା ।

Get real time updates directly on you device, subscribe now.