fbpx

ଖାଲି ପଡ଼ିଛି ହଜାର ହଜାର ସରକାରୀ ଚାକିରି: ୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଦରମା ୨୪ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦଶମ ପାସ କରିଥିଲେ ବି ଆପଣ ପାଇପାରିବେ ସରକାରୀ ଚାକିରି । ଇଣ୍ଡିଆ ପୋଷ୍ଟ ବମ୍ପର ଚାକିରି ବାହାର କରିଛି, ଯେଉଁଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ(ଜିଡିଏସ୍ ସିଡ୍ୟୁଲ୍ ୨) ପଦ ପାଇଁ ଚାକିରି ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ନିଯୁକ୍ତି ଡ୍ରାଇଭ୍ ଅଧୀନରେ ୩୦ ହଜାରରୁ ଅଧିକ ପଦବୀ ପୂରଣ ହେବ । ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ହେଉଛି ୨୩ ଅଗଷ୍ଟ ୨୦୨୩ । ଯଦି ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.inକୁ ଯାଆନ୍ତୁ ।
ଯୋଗ୍ୟତା କ’ଣ ହେବା ଉଚିତ୍ :-

ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଦଶମ ପାସ୍ ଥିବା ଜରୁରୀ । ୧୦ମରେ ଗଣିତ ଏବଂ ଇଂରାଜୀ ଏକ ବିଷୟ ରହିଥିବା ଉଚିତ, ଏହା ସହ ଏକ ସ୍ଥାନୀୟ ଭାଷା ଆସୁଥିବା ଦରକାର । ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ସମ୍ବନ୍ଧୀୟ ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯାଇ ପାରିବେ ।

କେତେ ଦରମା ପାଇବ :-
ବିପିଏମ୍ – ୧୨,୦୦୦ ରୁ ନେଇ ୨୯,୩୮୦ ଟଙ୍କା ପଯ୍ୟନ୍ତ ଏବିପିଏମ/ଡାକ ସେବକ- ୧୦,୦୦୦ ରୁ ୨୪,୪୭୦ ଟଙ୍କା ।

ଆବେଦନ ଫର୍ମ ଶୁଳ୍କ :-

ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ସାଧାରଣ / ଓବିସି ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଏଥି ସହିତ ସରକାରୀ ନିୟମ ଅନୁଯାୟୀ, ଏସସି, ଏସଟି, ପିଏଚ୍ ଏବଂ ମହିଳାମାନେ ଆବେଦନ ଶୁଳ୍କରୁ ବଞ୍ଚିତ ହୋଇଛନ୍ତି । ପ୍ରାର୍ଥୀମାନେ ନିକଟସ୍ଥ ହେଡ୍ ପୋଷ୍ଟ ଅଫିସ୍ / ଜିପିଓରେ ଇଣ୍ଡିଆ ପୋଷ୍ଟ ଇ-ଚ୍ୟାଲେନ୍ ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରିପାରିବେ ।

Get real time updates directly on you device, subscribe now.