fbpx

‘ପରୀ’ ମାମଲାରେ ଡେମୋ ଦେଖାଇଲା ସରୋଜ, ବଡ ଖୁଲାସା କଲେ ଅରୁଣ

ନୟାଗଡ,୨୪ ।୧୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ନୟାଗଡ ‘ପରୀ’ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଇଛି ଏସଆଇଟି । ପେଖେରୀକୂଳରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛି ସରୋଜ । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହାର ଡେମୋ ଦେଖାଇଛି ସରୋଜ । ଘଟଣାସ୍ଥଳରେ ଏସଆଇଟିର ବରିଷ୍ଠ ଅଧିକାରୀ ଓ ପୋଲିସ ଉପସ୍ଥିତ ରହିଛନ୍ତି । ସରୋଜଙ୍କୁ ଘଟଣାସ୍ଥଳରେ ଟିକିନିଖି ପଚାରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅନ୍ୟପଟେ ଆଜି ସରୁଛି ସରୋଜର ୩ଦିନିଆ ରିମାଣ୍ଡ ଅବଧି । ନୟାଗଡ ପକସୋ କୋର୍ଟରେ ସରୋଜକୁ ହାଜର କରାଯିବ ।

ତେବେ ଏହି ମାମଲାରେ ପରୀର ବାକି ହାଡ କୁଆଡେ ଗଲା ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅରୁଣ ବୋଥ୍ରା କହିଛନ୍ତି ଯେ, ‘ପରୀର କୌଣସି ହାଡ ଗାଏବ ହୋଇନି । ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳିନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମାନେ ହାଡ ମିଳିନଥିବା ନେଇ କିଛି କହିନାହାନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା ।’

ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି ଅରୁଣ କହିଛନ୍ତି । ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା । ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି । ଘଟଣା ପରେ ଗାମୁଛାକୁ ଅନେକ ଥର ଧୁଆଯାଇଛି । କିନ୍ତୁ ଯେତେଥର ଧୋଇବା ପରେ ବି ରକ୍ତଦାଗ କିଛି ରହିଯାଇଛି । ସେହି ଗାମୁଛାକୁ ଟେଷ୍ଟିଂ ଲ୍ୟାବକୁ ପଠାଯାଇଛି ।ପୋଖରୀରୁ ମିଳିଥିବା ଲେଗିଙ୍ଗସ ମଧ୍ୟ ଟେଷ୍ଟିଂ ଲ୍ୟାବ ପଠାଯାଇଛି ।

Get real time updates directly on you device, subscribe now.