ନିଆପଡ଼ା(ଓଡ଼ିଶା ଭାସ୍କର): ଅନେକ ଚୋରି ଘଟଣା ବିଷୟରେ ଆପଣମାନେ ତ ପ୍ରତିଦିନ ଶୁଣୁଥିବେ । ଏହାରି ମଧ୍ୟରେ ନିମାପଡ଼ାରୁ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଖୋଦ୍ ସରପଞ୍ଚ ମାଛ ଚୋରି କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ନିମାପଡ଼ା ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ନିର୍ବାଚିତ ପ୍ରତିନିଧିଙ୍କ ମାଛ ଚୋରି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।
ସରପଞ୍ଚ ବାବୁ ରାତି ଅଧରେ କୋଠ ପୋଖରୀରୁ ମାଛ ଚୋରି କରି ବିକିବା ଓ ସମର୍ଥକଙ୍କୁ ଧରି ଗାଁଦାଣ୍ଡରେ ଆତଙ୍କ ସୃଷ୍ଟି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ନିମାପଡ଼ା ଅଞ୍ଚଳର ବାମନାଳ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ଥିବା କୋଠ ପୋଖରୀରୁ ମାଛ ଧରିବା ପାଇଁ ସରପଞ୍ଚ ସୁରେନ୍ଦ୍ର କୁମାର ସ୍ୱାଇଁ ବିଡିଓଙ୍କୁ ଜଣାଇଥିଲେ । ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ମାଛ ଧରିବା ପାଇଁ ସ୍ଥିର କରାଯାଇଥିଲା ।
କିନ୍ତୁ ଦିନକ ପୂର୍ବରୁ ବିଳମ୍ବିତ ରାତିରେ ସରପଞ୍ଚ ବାବୁ ତାଙ୍କ ସମର୍ଥକଙ୍କ ସହ ମାଛ ଧରିବାକୁ ଯାଇଥିଲେ । ପ୍ରାୟ ୧୫ କ୍ୱିଣ୍ଟାଲ ମାଛ ଧରି ବିକ୍ରି କରୁଥିବା ସମୟରେ ଏହାକୁ ଜାଣି ଗ୍ରାମବାସୀ ହୋହଲ୍ଲା କରିଥିଲେ । ଏହା ସହ ସେମାନେ ମାଛ ଗାଡ଼ିକୁ ବି ଅଟକାଇଥିଲେ । ଘଟଣାକୁ ନେଇ ଗ୍ରାମବାସୀମାନେ ବିଡିଓ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଓ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ଦେଖନ୍ତୁ କ’ଣ କହୁଛନ୍ତି ଗ୍ରାମବାସୀ…