fbpx

ମହିଳା ସରପଞ୍ଚ ପ୍ରାର୍ଥୀଙ୍କୁ ସାଂସଦଙ୍କ ଅସଦାଚରଣ: ଥାନାରେ ମାମଲା ପରେ ଭଙ୍ଗାରୁଜା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଆସିଛି ଏକ ସଂଗୀନ ଅଭିଯୋଗ । ବିବାଦରେ ପଡିଯାଇଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମ । ତାଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ତାଙ୍କ ଓପରେ ଲାଗିଲା ପୁଣି ନିଜ ଦଳର ଯୁବନେତ୍ରୀଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗ । ଏଭଳି ଏକ ସଂଗୀନ ଅଭିଯୋଗ ଆଣୀବା ସହ ଯୁବତୀ ଜଣଙ୍କ ବିଜେପି ଅଫିସରେ ଭଙ୍ଗାରୁଜା କରିଛନ୍ତି । ଅପମାନ ସହି ନପାରି ନେତ୍ରୀ ଜଣକ ଆଜି ରାଉରକେଲା ସେକ୍ଟର-୩ ରେ ଥିବା ବିଜେପି ପାର୍ଟି ଅଫିସ୍କୁ ଯାଇ ଭଙ୍ଗାରୁଜା କରିଥିଲେ।

ଏହା ସହ ସାଂସଦଙ୍କ ବିରୋଧରେ ଝିରପାଣି ଥାନାରେ ମାମଲା ରୁଜୁ କରିଛନ୍ତି । ରାଉରକେଲା ସହରରେ ଏଭଳି ମାମଲା ଦେଖିବାକୁ ମିଳିଛି । ସାଂସଦ ଜୁଏଲ ଓରାମ ଫୋନରେ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ଗୌରୀ ମୁଣ୍ଡାରୀ ନାମକ ଏହି ନେତ୍ରୀ ଅଭିଯୋଗ ଆଣିଛନ୍ତି । ପୁରା ଘଟଣାଟି ହେଉଛି, ଯୁବତୀଙ୍କ କହିବା ଅନୁଯାୟୀ ସରପଂଚ ପ୍ରାର୍ଥୀ ଭାବେ ସେ ଛିଡା ହୋଇଥିବାରୁ ସମର୍ଥନ ପାଇଁ ଜୁଏଲଙ୍କୁ ଫୋନ କରିଥିଲେ । ତାଙ୍କୁ ସହଯୋଗ ବଦଳରେ ଫୋନ୍ରେ ଗାଳିଗୁଲଜ କରିଥିବା ନେଇ ଗୌରୀ ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଆଣି ଗୌରୀ ମୁଣ୍ଡାରୀ କହିଛନ୍ତି, ‘ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ଜୁଏଲ୍ ଓରାମ୍ଙ୍କୁ ଫୋନ୍ କରିଥିଲି। ସମର୍ଥନ କରିବେ ବୋଲି ସେ ହଁ ମଧ୍ୟ କହିଥିଲେ। ସେ ରାଉରକେଲା ଆସିବାର ଥିଲା। ତେଣୁ କେଉଁ ସମୟରେ ସେ ରାଉରକେଲା ଆସିବେ ସମୟ ଜାଣିବା ପାଇଁ ତାଙ୍କୁ ଫୋନ୍ କରିଥିଲି। ତେବେ ଏହି ସମୟରେ ସେ ଫୋନ୍ରେ ମୋତେ ର୍ଦୁବ୍ୟବହାର କରିବା ସହ ଅପଶବ୍ଦ ବ୍ୟବହାର କରି ଗାଲିଗୁଲଜ କରିଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ କାନ୍ଦି ପକାଇଥିଲେ । ସେ ସାଂସଦଙ୍କ ସହ ନିଜର କଲ ରେକଡିଂକୁ ଗଣମାଧ୍ୟମକୁ ଦେଇଥିବା ବେଳେ ଏ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଅନ୍ୟ ଜଣେ ମହିଳା ଏ ଘଟଣାକୁ ନେଇ ଯୁବତୀଙ୍କୁ ବୁଝାଇବା ଲାଗି ଫୋନ୍ କରିଥିଲେ । ସାଂସଦ ଆଜି ସକାଳୁ ଟିକେ ଲୋଡ୍ ହୋଇଯାଇଥିବାରୁ ସେ ଏଭଳି କହିଦେଇଥିବା ସଫେଇ ଦେଇଥିଲେ ଉକ୍ତ ମହିଳା ଜଣଙ୍କ ସଫେଇ ଦେଇଥିଲେ । ତେବେ ଏଥିରେ ଯୁବତୀ ଜଣଙ୍କ ଆଦୌ ମାନିନଥିବା ବେଳେ ଘଟଣାକୁ ନେଇ ଥାନାରେ ଏତଲା ଦିଆ ହେଇଛି।

Get real time updates directly on you device, subscribe now.