fbpx

SCBରୁ ଡିସଚାର୍ଜ ହେଲେ ଦୁଷ୍କର୍ମର ଶିକାର ହୋଇଥିବା ପୁରୀର କୁନିଝିଅ

ପୁରୀ(ଓଡ଼ିଶା ଭାସ୍କର): କଟକ ବଡ଼ ମେଡିକାଲ ବା ଏସସିବିରୁ ଡିସଚାର୍ଜ ହୋଇଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ପୁରୀର କୁନିଝିଅ । କୁନିଝିଅର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି । ହସ୍ପିଟାଲରୁ ଡିସଚାର୍ଜ ନେଇ ପରିବାର ଓ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଛି । ଏନେଇ କଟକ ବଡ଼ ମେଡିକାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ତେବେ ପୁରୀରେ ଜଣେ ୫ ବର୍ଷର କୁନିଝିଅ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ମହେଶ ମହାନ୍ତି ନିଶାସକ୍ତ ଅବସ୍ଥାରେ ଭୁଲିଥିଲା ହିତାହିତ ଜ୍ଞାନ । ଜଣେ ୫ ବର୍ଷୀୟା ନାବାଳିକାକୁ କରିଥିଲା ଦୁଷ୍କର୍ମ । ପୀଡ଼ିତା ନାବାଳିକାର ବାପା ଜଣେ ରାଜମିସ୍ତ୍ରୀ । ଯେଉଁ ଅଞ୍ଚଳରେ ନାବାଳିକାର ପରିବାର ଘର ଭଡ଼ା ନେଇ ରହୁଛନ୍ତି, ସେହି ଅଞ୍ଚଳରେ ପୂର୍ବରୁ ରହୁଥିଲା ଅଭିଯୁକ୍ତ । ଦୁଷ୍କର୍ମର ଶିକାର ହେବା ପରେ ଗୁରୁତର ହୋଇପଡ଼ିଥିଲା ନାବାଳିକା । ପ୍ରଥମେ ପୁରୀ ହସ୍ପିଟାଲ ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା ପୀଡ଼ିତା ।

Get real time updates directly on you device, subscribe now.