fbpx

ପୁଣି ମହିଳା ସଂରକ୍ଷଣ ଓ ସମାନତା ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ,୯ ।୩: ରାଜ୍ୟସଭାରେ ପୁଣି ଉଠିଲା ମହିଳା ସଂରକ୍ଷଣ ଓ ଲିଙ୍ଗଗତ ସମାନତା ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି । ୨୦୧୮ରେ ଆଗତ ହୋଇଥିବା ଏସମ୍ପର୍କିତ ବିଲ୍ ପାସ୍ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ସସ୍ମିତ । ଲୋକସଭା ଭଙ୍ଗ କାରଣରୁ ସଂସଦରେ ବିଲ ପାରିତ ହୋଇପାରିନଥିଲା । ଏହି ୨ଟି ବିଲ ପାସ୍ ହେଲେ ମହିଳାଙ୍କ ନେତୃତ୍ୱ ବଢିବ ବୋଲି ସେ କହିଛନ୍ତି ।

ତେବେ ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ ୩୩% ସଂରକ୍ଷଣ ଦାବି ରଖିଛନ୍ତି । ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ୱ ବୃଦ୍ଧି ପାଇବ । ମହିଳାଙ୍କ ସାମାଜିକ ଓ ଲିଙ୍ଗଗତ ସମାନତା ମଧ୍ୟ ବଢିବ । ଏହା ଦ୍ୱାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

Get real time updates directly on you device, subscribe now.