fbpx

କଂଗ୍ରେସ ପଦବୀରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପଦବୀରୁ ଇସ୍ତଫା ଦେଇଛନ୍ତି ସତ୍ୟ ନାୟକ । କଂଗ୍ରେସ ସାଧାରଣ ସମ୍ପାଦକ ଓ ମିଡ଼ିଆ ଆବାହକ ପଦବୀରୁ ସତ୍ୟ ପ୍ରକାଶ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତି ପଦବୀ ପାଇଁ ଗତକାଲି ସାରା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ଅନେକ ନେତା ମଧ୍ୟ କଂଗ୍ରେସ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ।

ତେବେ ପ୍ରଦେଶ କଂଗ୍ରେସ କମିଟି (ପିସିସ)ର ସଭ୍ୟ ପଦରେ ସତ୍ୟଙ୍କ ନାମ ନଥିବାରୁ ସେ ଗତକାଲି ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ । ସେ କଂଗ୍ରେସରେ ରହିଛନ୍ତି, କେବଳ ନିଜ ପଦବୀରୁ ଇସ୍ତଫା ଦେଇଥିବା ସତ୍ୟ କହିଛନ୍ତି । ଜାତୀୟ କଂଗ୍ରେସର ସଭାପତି ପଦବୀ ପାଇଁ ଦଳ ତରଫରୁ ଦୁଇ ଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଥିଲା । ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର ସଭାପତି ପଦ ପାଇଁ ନିର୍ବାଚନ ରଣଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି, ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ବ୍ୟତୀତ ବହୁ ନେତା ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ ।

କଂଗ୍ରେସ ସଭାପତି ପ୍ରାର୍ଥୀ ଥରୁଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଭୋଟିଂ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଥିଲେ । ବାଲଟ ପେପରରେ ସଭାପତି ପ୍ରାର୍ଥୀ ଖଡ଼ଗେଙ୍କ ନାମ କ୍ରମାଙ୍କରେ ‘୧’ ରହିଥିବା ବେଳେ ଥରୁରଙ୍କ ନାମ କାମାଙ୍କରେ ‘୨’ ରହିଥିଲା । ଏହା ମତଦାତାଙ୍କ ମନ ପସନ୍ଦର ନେତାଙ୍କୁ ବାଛିବା କ୍ଷେତ୍ରରେ ଦ୍ୱନ୍ଦ୍ୱ ବଢ଼ାଇବ ବୋଲି ଥରୁର ଆପତ୍ତି ଜଣାଇଥିଲେ । ଏହା ପରେ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିଲା । ନିଜ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ନାମ ନାମ ଆଗରେ ଟିକ୍ ମାର୍କ ଦେବା ପାଇଁ କୁହାଯାଇଥିଲା ।

Get real time updates directly on you device, subscribe now.