ସାଉଦୀ ଆରବକୁ ମିଳିଛି ଲିଥିୟମ ଖଣି

ନୂଆଦିଲ୍ଲୀ- ତେଲ ଓ ଗ୍ୟାସକୁ ନେଇ ସମୃଦ୍ଧ ସାଉଦୀ ଆରବକୁ ମିଳିଛିି ଆର୍ଥିକ ଅଭିବୃଦ୍ଧିର ନୂଆ ଏକ ରାସ୍ତା । ସାଉଦୀକୁ ସମୁଦ୍ର ତଟରେ ଥିବା ନିଜ ଅଏଲ ଫିଲ୍ଡରେ ମିଳିଛି ଲିଥିୟମର ଭଣ୍ଡାର । ଦେଶର ସରକାରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ ସାଉଦୀ ଅରାମକୋର ଏକ ତୈଳ କ୍ଷେତ୍ର ନିକଟରେ ପାଇଲଟ ପ୍ରୋଜେକ୍ଟ ଅନ୍ତର୍ଗତ ଲିଥିୟମ ବାହାର କରିଛି ।

ସାଉଦୀର ଖଣି ଉପମୁଖ୍ୟମନ୍ତ୍ରୀ ଖାଲିଦ ବିନ ସାଲେହ ଅଲ ମୁଦୈଫର ଘୋଷଣା କରିଛନ୍ତି କି, ତାଙ୍କ ଦେଶ ଲିଥିୟମ ଖନନ ବୃଦ୍ଧି ପାଇଁ କମର୍ସିଆଲ ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିବ । ସମାଚାର ଏଜେନି୍ସ ରଏଟର ରିପୋର୍ଟ ମୁତାବକ, କିଙ୍ଗ ଅବଦୁଲ୍ଲା ୟୁନିଭର୍ସିଟି ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ତରଫରୁ ଆରମ୍ଭ ହୋଇଥିବା ଏକ ଷ୍ଟାର୍ଟଅଫ ଲିଥିୟମ ଇନଫିନିଟି ପରି ଲିହିଟେକ ନାମରେ ଜଣାଯାଏ । ଲିଥିୟମ ବାହାର କରିବା ପ୍ରୋଜେକ୍ଟକୁ ଲିଡ କରିବ । ଏହି ଷ୍ଟାର୍ଟଅପ ସାଉଦିର ଖନନ କମ୍ପାନୀ ମାଡେନ ଓ ଅରାମକୋ ସହାୟତାରେ ଲିଥିୟମ ବାହାର କରାଯିବ ।

ମନ୍ତ୍ରୀ କହିଛନ୍ତି, କିଙ୍ଗ ଅବ୍ଦୁଲ୍ଲା ୟୁନିଭର୍ସିଟି ଫର ସାଇନ୍ସ ଆଣ୍ଡ ଟେକ୍ନୋଲିଜିରେ ବିକଶିତ ନିଜ ନୂଆ ଟେକ୍ନିକ ଜରିଆରେ ଲିଥିୟମ ବାହାର କରାଯାଉଛି ଓ ଏହି କାମ ଦ୍ରୁତ ବେଗରେ ଆଗେଇ ଚାଲିଛି । ଅଏଲ ଫିଲ୍ଡରେ ଏକ କମର୍ଶିଆଲ ପାଇଲଟ ହୋଇଛି, ଯେମିତି ଅଏଲ ଫିଲ୍ଡରୁ ବାହାରୁଥିବା ଲୁଣ ପାଣିକୁ ଲଗାତର କମର୍ଶିଆଲ ପାଇଲଟରେ ଭର୍ତ୍ତି କରାଯାଏ । ସାଉଦୀ ଏହି ଲୁଣ ପାଣିରୁ ଲିଥିୟମ ବାହାର କରୁଛି ।