fbpx

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲଞ୍ଚ କଲା ୪୦୦ ଦିନିଆ ସ୍ପେସିଆଲ୍ ଏଫଡି ସ୍କିମ୍, ବମ୍ପର ସୁଧ ପାଇବାକୁ ଥିଲେ ଜଲଦି ନିବେଶ କରନ୍ତୁ, ସମୟ କମ୍ ରହିଛି

Advertisement

ନୂଆଦିଲ୍ଲୀ:ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଷଣା କରିଛି ଏହାର ଜୋରଦାର ଏଫଡି ସ୍କିମ୍ । ଏହି ସ୍କିମ୍ ଉପରେ ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରଦାନ କରୁଛି ବମ୍ପର ସୁଧ । କିନ୍ତୁ ଏହି ସୁବିଧା ବ୍ୟାଙ୍କ ସୀମିତ ସମୟ ଲାଗି ପ୍ରଦାନ କରୁଛି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ସ୍ପେସିଆଲ୍ ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ହେଉଛି ଅମୃତ କଳସ ଯୋଜନା । ଏହା ୪୦୦ ଦିନିଆ ସ୍ପେସିଆଲ୍ ଏଫଡି ସ୍କିମ୍ । ଏହା ଉପରେ ନିବେଶ ଉପରେ ବ୍ୟାଙ୍କ ୭ ପ୍ରତିଶତରୁ ଅଧିକ ହାରରେ ସୁଧ ପ୍ରଦାନ କରୁଛି । କିନ୍ତୁ ଏହି ସ୍କିମ୍ ସୀମିତ ସମୟ ଲାଗି ରହିଛି । ଏସବିଆଇ ୱେବସାଇଟ୍ ଅନୁସାରେ ୪୦୦ ଦିନର ଏହି ସ୍ପେସିଆଲ୍ ଫିକ୍ସଡ୍ ଡିପୋଜିଟ୍ ଉପରେ ବ୍ୟାଙ୍କ ୭.୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବ ।

ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କୁ ତ ଏହି ସ୍କିମରେ ଆହୁରି ଫାଇଦା ରହିଛି । ଏହି ସ୍କିମରେ ନିବେଶ କଲେ ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ହାରରେ ସୁଧ ମିଳିବ । ତେବେ ଏହି ସ୍କିମ୍ ୩୦ ଜୁନ୍ ପର୍ଯ୍ୟନ୍ତ ଉପଲବ୍ଧ । ଏହି ସ୍କିମରେ ନିବେଶ କରୁଥିବା ବ୍ୟକ୍ତି ମାସିକିଆ, ତ୍ରୈମାସିକ କିମ୍ବା ଷଡମାସ ଆଧାରରେ ସୁଧ ନେଇପାରିବେ ।

ଯଦି ଜଣେ ସାଧାରଣ ବ୍ୟକ୍ତି ଏହି ସ୍କିମରେ ୧ ଲକ୍ଷ ଟଙ୍କା ନିବେଶ କରିବ ତେବେ ତାକୁ ବାର୍ଷିକ ୮,୦୧୭ ଟଙ୍କା ସୁଧ ରୂପରେ ମିଳିବ । ଅନ୍ୟ ପକ୍ଷରେ ଏତିକି ମାତ୍ରାରେ ନିବେଶ କଲେ ବରିଷ୍ଠ ନାଗରିକଙ୍କୁ ୮,୬୦୦ ଟଙ୍କା ସୁଧ ମିଳିବ । ଏହି ସ୍କିମ୍ ୪୦୦ ଦିନରେ ପରିପକ୍ୱ ହୋଇଯାଏ ।ଏହା ପୂର୍ବରୁ ବ୍ୟାଙ୍କ ଏହି ରିଟେଲ ଟର୍ମ ଡିପୋଜିଟ୍ ସ୍କିମକୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଲାଗି ଲଞ୍ଚ କରିଥିଲା ।

 

Get real time updates directly on you device, subscribe now.