fbpx
BSKY
BJD SHG SKY
BJD MC SKY

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର: ପୁଣି ବଦଳିଲା ବ୍ୟାଙ୍କ ବନ୍ଦ ହେବାର ସମୟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବ୍ୟାଙ୍କଗୁଡିକ ନିଜର କାମ କରିବା ସମୟ ହ୍ରାସ କରିଛନ୍ତି । କିନ୍ତୁ ୧ ଜୁନରୁ ରାଜ୍ୟଗୁଡିକରେ ଲଗାଯାଇଥିବା କଟକଣାକୁ ଟିକେ କୋହଳ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଏହାର କାର୍ଯ୍ୟ ସମୟକୁ ବୃଦ୍ଧି କରିଛି । ଯଦି ଆପଣ କିଛି କାମରେ ବ୍ୟାଙ୍କ ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର । ଏସବିଆଇ ନିଜର କାର୍ଯ୍ୟ ସମୟକୁ ବଢାଇ ୬ ଘଣ୍ଟା କରିବାକୁ ଘୋଷଣା କରିଛି ।

ତେବେ ୧ ଜୁନରୁ ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଯଦି ଆପଣ ଏସବିଆଇର ଗ୍ରାହକ ଅଛନ୍ତି, ତେବେ ବ୍ୟାଙ୍କିଙ୍ଗ କାମ ପାଇଁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଯାଇପାରିବେ । ଦେଶରେ ଏବେ କରୋନା ସ୍ଥିତିରେ ସୁଧାର ଆସିଛି, ଯାହାକୁ ଦୃଷ୍ଟିରେ ରଖି ବ୍ୟାଙ୍କରେ କାମ କରିବା ସମୟକୁ ଆଛି କିଛି ଘଣ୍ଟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କର ଏହି ନୂଆ ସମୟ ୧ ଜୁନରୁ ବଦଳି ଯାଇଛି । ଏସବିଆଇ ନିଜର ଅଫିସିଆଲ ଆକାଉଣ୍ଟରେ ଏନେଇ ସୂଚନା ଦେଇଛି ।

Get real time updates directly on you device, subscribe now.