fbpx

SBI ଗ୍ରାହକଙ୍କ ପାଇଁ ବଡ ଝଟକା: ଏହି ସବୁ ନିୟମରେ ବଡ ପରିବର୍ତ୍ତନ ଆଣିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ନିୟମରେ କରିବ ପରିବର୍ତ୍ତନ । ଏଣିକି ବ୍ୟାଙ୍କରୁ ଲୋନ ନେବା ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ । ଏଥିରେ ଇଏମଆଇ ମଧ୍ୟ ବୃଦ୍ଧି ପାଇବ । ଏସବିଆଇ ଏବଂ ଫେଡେରାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ବିଭିନ୍ନ ଋଣ ପାଇଁ ମାର୍ଜିନାଲ କଷ୍ଟ ବେସଡ ବେସଡ ଲାଣ୍ଡିଂ(MCLR)ରେ ୨୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି । ଏହାପୂର୍ବରୁ ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସରେ ମଧ୍ୟ ଏଥିରେ ବୃଦ୍ଧି କରାଇଥିଲା ଏସବିଆଇ ।

ନିକଟରେ ବ୍ୟାଙ୍କ ତରଫରୁ ଏକ ଫିକ୍ସଡ ଡିପୋଜିଟରେ ସୁଧହାର ମଧ୍ୟ ବୃଦ୍ଧି କରାଯାଇଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଏ ନେଇ ଏକ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଏସବିଆଇ ସମସ୍ତ ଅବଧି ପାଇଁ ନିଜର ଏଫଡି ସୁଧ ହାରକୁ ୨୦ ଆଧାର ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛି । ତେବେ ଏହି ହାର ୨ କୋଟି ଟଙ୍କାରୁ କମ୍ ଫିକ୍ସ ଡିପୋଜିଟ ଉପରେ ଲାଗୁ କରାଯିବ । ଦୁଇ ମାସର ବ୍ୟବଧାନ ପରେ ସରକାର ରିଟେଲ ଏଫଡିରେ ସୁଧ ହାର ବୃଦ୍ଧି କରିଛି ।

ପ୍ରକାଶ ଥାଉ କି, ଆରବିଆଇ ମଧ୍ୟ ନିକଟରେ ମୌଦ୍ରିକ ନୀତି ସମୀକ୍ଷାରେ ରେପୋ ରେଟ ୦.୫ ପ୍ରତିଶତ ବୃଦ୍ଧି ସହ ୫.୯ରେ ପହଞ୍ଚିଛି । ଏହାପରେ ବ୍ୟାଙ୍କଗୁଡିକ ନିଜ ଏମସିଏଲଆର ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଗତ ୩ ବର୍ଷ ମଧ୍ୟରେ ରେପୋ ରେଟ ସର୍ବୋଚ୍ଚ ସ୍ତିତିରେ ରହିଛି । ଚଳିତବର୍ଷ ଏ ପର୍ଯ୍ୟନ୍ତ ରେପୋ ରେଟରେ ମୋଟ ୧.୯୦ ପ୍ରତିଶତ ବୃଦ୍ଧି କରିସାରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

Get real time updates directly on you device, subscribe now.