fbpx

SBI ଗ୍ରାହକଙ୍କ ପାଇଁ ବଡଖବର: ୩୦ ଜୁନ୍ ପୂର୍ବରୁ କରିଦିଅନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କୁ ଶୁବଶୀଘ୍ର ପାନ୍ ଓ ଆଧାର ଲିଙ୍କ କରିବାକୁ କହିଛି, ନଚେତ୍ ଆଗେକୁ ଟଙ୍କା ଉଠାଇବାରେ ସମସ୍ୟା ସୃଷ୍ଟି ହୋଇପାରେ । ବ୍ୟାଙ୍କରେ ଆଧାର ଓ ପ୍ୟାନ୍ ଲିଙ୍କ କରିବାକୁ ଶେଷ ତାରିଖ ୩୦ ଜୁନ୍ ରହିଛି । ଏସବିଆଇ ଏକ ସତର୍କ ସୂଚନା ଜାରି କହିଛି ଯେ, ସମସ୍ତ ଗ୍ରାହକ ୩୦ ଜୁନ ୨୦୨୧ ସୁଦ୍ଧା ସେମାନଙ୍କ KYC କରିବା ଉଚିତ୍, ନଚେତ୍ ଗ୍ରାହକଙ୍କ ଆକାଉଣ୍ଟ ସସପେଣ୍ଡ ହୋଇପାରେ ।

ତେବେ ଆଧାର ଓ ପାନ୍ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ଏସବିଆଇ । ଯଦି ଜୁନ୍ ୩୦ ସୁଦ୍ଧା ପାନ୍ ଏବଂ ଆଧାର ଲିଙ୍କ୍ ନହୁଏ, ତେବେ ପାନ୍ ନିଷ୍କ୍ରିୟ ହୋଇଯିବ ଓ ଗ୍ରାହକଙ୍କୁ ଟଙ୍କା କାରବାରରେ ଅନେକ ଅସୁବିଧା ହେବ ।

ବ୍ୟାଙ୍କ ଆକାଉଣ୍ଟ ସସପେଣ୍ଡ ହେଲେ ଖାତାରେ ଜମା ହୋଇଥିବା ଟଙ୍କା ଫ୍ରିଜ୍ ହୋଇଯିବ । ଏହା ପରେ ଗ୍ରାହକମାନେ ସେମାନଙ୍କର ଟଙ୍କା ବାହାର କରିପାରିବେ ନାହିଁ । କୌଣସି ସରକାରୀ ଯୋଜନାର ଲାଭ ନମିଳିବା ସହ କୌଣସି ସବସିଡି ମଧ୍ୟ ମିଳିବ ନାହିଁ ।

ତେବେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନିବେଦନ କରିଛି ସେମାନେ ଘରେ ବସି KYC ପ୍ରକ୍ରିୟାର ସମ୍ପୂର୍ଣ୍ଣ କରିପାରିବେ । ଜୁଲାଇ ୨୦୧୭ରେ ପ୍ରଥମ ଥର ପାଇଁ ପାନ୍ ଓ ଆଧାର ଲିଙ୍କ କରିବାକୁ ଡେଡଲାଇନ୍ ସ୍ଥିର କରିଥିଲେ ସରକାର । ସେବେଠାରୁ ଏହାର ତାରିଖ ବର୍ତ୍ତମାନ ସୁଦ୍ଧା ଅନେକଥର ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.