fbpx

ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଏସବିଆଇ କର୍ମଚାରୀ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ଏସବିଆଇର ୨.୫୦ ଲକ୍ଷ କର୍ମଚାରୀ ନିଜ ବେତନର କିଛି ଅଂଶ ଦାନ କରି କରୋନା ଲଢେଇରେ ସହଯୋଗ କରିଛନ୍ତି ।

କରୋନା ଲଢେଇ ପାଇଁ ସହାୟତାର ହାତ ବଢାଇଥିବାରୁ ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଏସବିଆଇ ଚେୟାରମ୍ୟାନ୍ ଦୀନେଶ ଖାରା ପ୍ରକାଶ କରିଛନ୍ତି । ମହାମାରୀ ସମୟରେ ବ୍ୟାଙ୍କ ନିଜର ଦାୟିତ୍ୱବୋଧ ହିସାବରେ ଆଗକୁ କାର୍ଯ୍ୟ ଜାରି ରଖିବ ବୋଲି ଦୀନେଶ କହିଛନ୍ତି । ଗତବର୍ଷ କରୋନାର ପ୍ରଥମ ଲହରରେ ମଧ୍ୟ ଏସବିଆଇ ସହାୟତାର ହାତ ବଢାଇଥିଲା । ପ୍ରଥମ ଲହରରେ ଲାଭର ୦.୨୫ ପ୍ରତିଶତ ଦାନ କରିବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲା ।

Get real time updates directly on you device, subscribe now.