fbpx
BJD SKY
BJD SKY

ହୋମ୍ ଲୋନ୍ ନେବାକୁ ଚାହୁଥିଲେ ଭଲଖବର! SBI ଦେଉଛି ଶସ୍ତା ଋଣ, ଏମିତି ରହିଛି ସର୍ତ୍ତ

BJD

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ୪ ଅକ୍ଟୋବର ୨୦୨୨ ରୁ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ହୋମ ଲୋନ୍ ଉପରେ ୧୫-୩୦ ବେସିସ ପଏଣ୍ଟର ଛାଡ଼ ଦେଉଛି । ବ୍ୟାଙ୍କ ପାର୍ବଣ ଋତୁ ପାଇଁ ସୁଧ ଦରରେ ଛାଡ଼ କରିଛି । ସୂଚନାଯୋଗ୍ୟ, ବ୍ୟାଙ୍କ୍ ସାଧାରଣତଃ ୮.୫୫-୯.୦୫ ପ୍ରତିଶତର ସୁଧ ଦରରେ ଲୋନ୍ ଦେଇଥାଏ । ଅବଶ୍ୟ ସୁଧରେ ଛାଡ଼ ସମୟରେ ସିଭିଲ ସ୍କୋର ଆଧାରରେ ବ୍ୟାଙ୍କ ସର୍ବନିମ୍ନ ସୁଧ ଦରକୁ କମାଇ ୮.୪୦ ପ୍ରତିଶତ କରିଛି ।

ପାର୍ବଣ ଋତୁରେ ଫେଲୋସିପ୍, ଏନଆରଆଇ, ନନ-ସାଲାରିଡ୍, ପ୍ରିଭିଲେଜ୍ ଏବଂ ଶୌର୍ଯ୍ୟ ଆଦି ସ୍କିମ ଅନୂଯାୟୀ ସୁଧ ଦରକୁ କମାଇ ୮.୪୦ ପ୍ରତିଶତ କରିଦିଆଯାଇଛି । କମ୍ ହୋଇଥିବା ଦରରେ ଲୋନ୍ ନେବା ତଥା କମ୍ ଇଏମଆଇର ଲାଭ ନେବା ପାଇଁ ଆପଣଙ୍କ ସିଭିଲ ସ୍କୋର ଭଲ ଥିବା ଦରକାର । ଯଦି ଆପଣଙ୍କ ସିଭିଲ ସ୍କୋର ୮୦୦ ରୁ ଅଧିକ ରହିଛି ତେବେ ଆପଣ ଉପରୋକ୍ତ ସୁଧ ଦରରେ ହୋମ ଲୋନ ନେଇପାରିବେ ।

ଯଦି ଆପଣଙ୍କ ସିଭିଲ୍ ସ୍କୋର ୮୦୦ ରୁ ଅଧିକ ରହିଛି ତେବେ ଆପଣଙ୍କୁ ୮.୪୦ ପ୍ରତିଶତ ସୁଧରେ ହୋମ ଲୋନ ମିଳିପାରିବ । ସେହିଭଳି ଯଦି ସିିଭିଲ ସ୍କୋର ୭୫୦-୭୯୯ ରହିଛି ତେବେ ବ୍ୟାଙ୍କ୍ ୨୫ ବେସିସ ପଏଣ୍ଟର ଛାଡ଼ ଦେଉଛି । ସେମାନଙ୍କୁ ମଧ୍ୟ ୮.୪୦ ପ୍ରତିଶତ ସୁଧରେ ଲୋନ ମିଳିଯିବ । ୭୦୦-୭୪୯ ସିଭିଲ ସ୍କୋର ଉପରେ ବ୍ୟାଙ୍କ୍ ୮.୫୫ ପ୍ରତିଶତ ସୁଧ ଦେବ । ଏହାଠାରୁ କମ୍ ସିଭିଲ ସ୍କୋର ଉପରେ ଗ୍ରାହକଙ୍କୁ ପୁରୁଣା ଦର ଲାଗୁହେବ ।

Get real time updates directly on you device, subscribe now.