fbpx

ୱାର୍ମ-ଅପ ମ୍ୟାଚରେ ବିରାଟ କୋହଲିଙ୍କୁ ଦଳରେ ମିଳିଲାନି ସୁଯୋଗ: ଦଳରୁ ଅଲଗା ହୋଇ…

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ ଇଣ୍ଡିଆ । ବିଶ୍ୱକପର ପ୍ରଥମ ୱାର୍ମ-ଅପ ମ୍ୟାଚରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆକୁ ଭେଟିଛି ରୋହିତ ସେନା । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ଷ୍ୟାର ବୋଲର ଅର୍ଶଦୀପ ସିଂହଙ୍କ ଦମଦାର ବୋଲିଂ ବଳରେ ବିଜୟ ହାସଲ କରିଛି ଭାରତ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ମ୍ୟାଚରେ ବିରାଟ କୋହଲି କିମ୍ବା ଓପନର କେ.ଏଲ ରାହୁଲଙ୍କୁ ସୁଯୋଗ ମିଳିନାହିଁ । ଏହାପରେ ଏହି ଦୁଇ ଖେଳାଳିଙ୍କୁ ଦଳରୁ ଅଲଗା ହୋଇ ଆକ୍ଟିଭିଟି କରୁତିବାର ଦେଖାଯାଉଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ରୋହିତଙ୍କ ସହ ପାଳି ଆରମ୍ଭ କରିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । କିନ୍ତୁ ସେ ଫେଲ ମାରିଛନ୍ତି । ତେବେ ସୂର୍ଯ୍ୟକୁମାର ଯାଦବଙ୍କ ପାଳିରେ ୧୪୬ ରନର ଲକ୍ଷ୍ୟକୁ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚରେ ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କୁ ସୁଯୋଗ ଦେଇ ନଥିଲେ ରୋହିତ । ଯାହାକୁ ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଏହାପରେ ଉଭୟ ଖେଳାଳିଙ୍କୁ ଦଳରୁ ଅଲଗା ହୋଇ ଆକ୍ଟିଭିଟି କରୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଟିମର ସପୋର୍ଟ ଷ୍ଟାଫଙ୍କ ସହ ପ୍ରାକ୍ଟିସ କରୁଥିବାର ଉଭୟ ଖେଳାଳିଙ୍କୁ ଦେଖାଯାଇଛି ।

ଉଭୟ ଖେଳାଳି ଏବେ ଖୁବ ସୁନ୍ଦର ଫର୍ମରେ ରହିଛନ୍ତି । ନିକଟରେ ଏସିଆ କପରେ ବିରାଟ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦମଦାର ପାଳି ଖେଳିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ରାହୁଲ ମଧ୍ୟ ୨ଟି ଅର୍ଦ୍ଧଶତକ ହାସଲ କରି ବିଶ୍ୱକପ ପୂର୍ବରୁ ନିଜ ଟାଲେଣ୍ଟ ଦେଖାଇଛନ୍ତି । ତେଣୁ ଆଗାମୀ ବିଶ୍ୱକପରେ ଏହି ଖେଳାଳିମାନଙ୍କ କାନ୍ଧରେ ମୁଖ୍ୟ ଦାୟିତ୍ୱ ରହିଥିବା ବେଳେ ସେମାନଙ୍କୁଠୁ ମ୍ୟାଚ ୱିନିଙ୍ଗ ପାଳି ଆଶା କରିବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.