fbpx
BJD
BJD SKY
BJD SKY

(Video) ଭଗବାନ ଶିବଙ୍କର କାହିଁକି ରହିଛି ୩ ନେତ୍ର ଓ ସେ ନିଜ ଶରୀରରେ କାହିଁକି ଲଗାନ୍ତି ପାଉଁଶ ? ଜାଣନ୍ତୁ ଏହାର କାହାଣୀ

ଇଶ୍ୱରଙ୍କ ତ୍ରିମୂର୍ତ୍ତି ମଧ୍ୟରେ ଜଣେ ହେଉଛନ୍ତି ମହାଦେବ, ଯାହାଙ୍କୁ ଆଦିଦେବ କୁହାଯାଏ । ଭକ୍ତମାନେ ମହାଦେବଙ୍କୁ ତାଙ୍କ ନାମ ନେଇ ଡାକନ୍ତି । ମହାଦେବ ଯେତିକି ରହସ୍ୟମୟ, ତାଙ୍କ ବେଶଭୂଷା ସହ ଜଡ଼ିତ ତଥ୍ୟ ମଧ୍ୟ ସେତିକି ବିଚିତ୍ର । ଶାସ୍ତ୍ରରେ ଲେଖା ଅଛି କି, ଭଗବାନ ଶିବ ଶ୍ମଶାନରେ ବାସ କରନ୍ତି । ଶିବଙ୍କର ପ୍ରତିଟି ଫଟୋରେ ତାଙ୍କ ବେକରେ ନାଗ ସାପ, ମଥାରେ ଅର୍ଦ୍ଧ ଚନ୍ଦ୍ରମା ଏବଂ ଜଟାରୁ ଗଙ୍ଗା ବାହାରୁଥିବାର ନଜର ଆସନ୍ତି । ମହାଦେବ ଭାଙ୍ଗ ଏବଂ ଗଞ୍ଜେଇ ସେବନ କରନ୍ତି ବୋଲି ଅନେକ ଭକ୍ତ କୁହନ୍ତି । ଏହା ସହ ସେ ନିଜ ଶରୀରରେ ପାଉଁଶ ମଧ୍ୟ ଲଗାଇଥାନ୍ତି ।

ଏପରି ଭାବରେ ଭଗବାନ ଶିବଙ୍କ ବିଷୟରେ ଅନେକ କଥା ରହିଛି, ଯାହା ତାଙ୍କୁ ସମସ୍ତ ଦେବତାଙ୍କ ମଧ୍ୟରେ ଖାସ୍ କରିଥାଏ । ଶିବ ପୁରାଣରେ ଭଗବାନ ଶିବଙ୍କ ତିନି ନେତ୍ରର ଉଲ୍ଲେଖ ରହିଛି, ଯେଉଁଥିପାଇଁ ଭକ୍ତମାନେ ତାଙ୍କୁ ତ୍ରୀନେତ୍ର ଧାରି କହିଥାନ୍ତି । ଶିବଙ୍କର ୩ ଆଖିକୁ ନେଇ ମଥୁରାର ଜଣେ ପ୍ରବକ୍ତା ଦେବକିନନ୍ଦନ ଠାକୁରଜି କହିଛନ୍ତି କି, ଦେବଙ୍କ ମଧ୍ୟରେ ଶିବ ଏପରି ଜଣେ ଦେବତା, ଯାହାଙ୍କର ତ୍ରୀନେତ୍ର ରହିଛି ।

ଧର୍ମଗ୍ରନ୍ଥ ଅନୁସାରେ, ସମସ୍ତ ଦେବତାଙ୍କର ୨ଟି ଆଖି ଥିବା ବେଳେ ଭଗବାନ ଶିବଙ୍କର ହିଁ ୩ଟି ଆଖି ରହିଛି । ଏହି ଆଖି ତାଙ୍କ ମଥାରେ ଥାଏ, ଯାହାକି ସବୁବେଳେ ବନ୍ଦ ରହିଥାଏ । କେବଳ କ୍ରୋଧ ସମୟରେ ହିଁ ତୃତୀୟ ଆଖି ଖୋଲିଥାନ୍ତି ମହାଦେବ । କୋଧ ହି ଭଗବାନଙ୍କର ତ୍ରୀନେତ୍ରକୁ ଖୋଲିଥାଏ ।

ଏହା ସହ ମହାଦେବ ନିଜ ଶରୀରରେ ଭସ୍ମ କାହିଁକି ଲଗାନ୍ତି, ତାହା ଜାଣିବାକୁ ଅନେକ ଭକ୍ତଙ୍କ ମନରେ ଜିଜ୍ଞାସା ରହିଛି । ମହାଦେବ ଖାଲି ହରୀଣ ଛାଲ ପିନ୍ଧନ୍ତି ଏବଂ ଭସ୍ମକୁ ଦେହରେ ଲଗାନ୍ତି । ପ୍ରଭକ୍ତା ଠାକୁରଜି କହିଛନ୍ତି କି, ଭସ୍ମ ହେଉଛି ମହାଦେବଙ୍କର ମୁଖ୍ୟ ବସ୍ତ୍ର । କାରଣ ତାଙ୍କର ପୁରା ଶରୀରରେ ଭସ୍ମରେ ଘୋଡ଼ାଇ ହୋଇରହିଥାଏ । ଦେହରେ ଭସ୍ମ ଲଗାଇବା ପଛରେ ମଧ୍ୟ ଉଭୟ ବୈଜ୍ଞାନିକ ତଥା ଆଧ୍ୟାତ୍ମିକ କାରଣ ମଧ୍ୟ ରହିଛି । ଭସ୍ମକୁ ଦେହରେ ଲଗାଇବା ଦ୍ୱାରା ଲୋମ ପାଖରେ ଛିଦ୍ର ବନ୍ଦ ହୋଇଯାଏ । ଯାହାଦ୍ୱାରା ଗରମ ଦିନେ ଖରାଦିନେ ଗରମ ଓ ଶୀତ ଦିନରେ ଥଣ୍ଡା ଲାଗିନଥାଏ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଭଗବାନ ଶିବ, ମାନବ ଏବଂ ଭୂତ ପ୍ରେତ ମଧ୍ୟରେ କୌଣସି ମତଭେଦ କରନ୍ତି ନାହିଁ । ଯେକେହି ବି ତାଙ୍କ ଶରଣ ପଶିଥାଏ, ସେ କୌଣସି ଭେଦଭାବ ନରଖି ତାଙ୍କୁ ରକ୍ଷା କରନ୍ତି ଓ ଆପଣାଇ ନିଅନ୍ତି ।

Get real time updates directly on you device, subscribe now.