୧୨ ହଜାର ଜମା କଲେ ମିଳିବ ୧୭ ଲକ୍ଷ ସୁଧ, ଜାଣନ୍ତୁ ଏହି ଏସବିଆଇ ସ୍କିମ୍ ବିଷୟରେ ଅଧିକ

ନିବେଶକଙ୍କ ପାଇଁ ବଡ଼ ସୁଯୋଗ । ମାସିକ ୧୨ ହଜାର ଜମା କଲେ ମଳିବ ୧୭ ଲକ୍ଷ ସୁଧ । ଜାଣନ୍ତୁ ଏହି ସ୍କିମର ଟିକନିକ ହିସାବ ।

ନୂଆଦିଲ୍ଲୀ: ଭାରତୀୟ ନିବେଶକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଛି ଆକର୍ଷଣୀୟ ଯୋଜନା । ଯାହା ନିବେଶକଙ୍କ ପାଇଁ ସୁରକ୍ଷିତ ଏବଂ ଲାଭପ୍ରଦାନକାରୀ । ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏ ସ୍କିମ୍ ଅପାଣଙ୍କୁ ପସନ୍ଦ ଆସିବ ନିଶ୍ଚୟ ।

ଭବିଷ୍ୟ ପାଇଁ ସଞ୍ଚୟ କରିବାକୁ ଚାହୁଁଥିଲେ, ଏସବିଆଇର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍)ଆପଣଙ୍କ ପାଇଁ ସୁନ୍ଦର ବିକଳ୍ପ ହୋଇପାରିବ । ପ୍ରତି ମାସରେ ୧୨ ହଜାର ଟଙ୍କା ଜମା କରିବା ଦ୍ୱାରା ମିଳିବ ଲକ୍ଷାଧିକ ଟଙ୍କାର ସୁଧ ।

ପିପିଏଫ୍ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏହା ଏକ ଦୀର୍ଘକାଳୀନ ନିବେଶ ଯୋଜନା । ଯେଉଁଥିରେ ୧୫ବର୍ଷ ପାଇଁ ନିବେଶ କରାଯାଇ ପାରିବ । ଆବଶ୍ୟକତା ଅନୁସାରେ ୫-୫ ବର୍ଷ ବଢ଼ାଇହେବ । ଏଥିରେ ନିବେଶକରୀଙ୍କୁ ୭.୧% ସୁଧ ମିଳିଥାଏ ।

ବେଳ ୫୦୦ ଟଙ୍କାରେ ଖୋଲା ହୋଇପାରିବ ପିପିଏଫ୍ ଖାତା । ଏସବିଆଇ ୟୋନୋ ଆପ୍ ଜରିଆରେ ଅନଲାଇନ୍ ଆବେଦନ କରାଯାଇପାରିବ ।

ଯଦି ଆପଣ ଏସବିଆଇ ପିପିଏଫ୍ ସ୍କିମ୍ ଅର୍ନ୍ତଗତ ୧୨,୦୦୦ ଟଙ୍କା ପ୍ରତି ମାସରେ ନିବେଶ କରନ୍ତି, ତେବେ ୭.୧% ସୁଧହାରରେ ୧୫ ବର୍ଷରେ ଆପଣଙ୍କ ଖାତାରେ ମୋଟ ୨୧,୬୦,୦୦୦ ଟଙ୍କା ଜମା ହେବ । ସୁଧ ସହିତ ବଢ଼ି ଏହି ରାଶି ୩୯,୦୫,୪୮୧ ହୋଇଯିବ । ନିବେଶକଙ୍କୁ ପାଖାପାଖି ୧୭,୪୫,୪୮୧ ଟଙ୍କା ଲାଭ ମିଳିବ ।