fbpx
BSKY
BJD SHG SKY
BJD MC SKY

ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କଲା SBI: ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ଏହି ତଥ୍ୟ ପ୍ରଦାନ ପାଇଁ ଷ୍ଟେଟ ବ୍ୟାଙ୍କ ତରଫରୁ ଆଡଭୋକେଟ ହରିଶ ସାଲଭେ ଅଦାଲତଙ୍କୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ଏଥିପାଇଁ ସମୟ ଦେବାକୁ ମନା କରିଦେଇଥିଲେ । ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାସରେ ନିର୍ବାଚନୀ ବଣ୍ଡ ଯୋଜନାକୁ ସୁପ୍ରିମକୋର୍ଟ ‘ଅଣସାମ୍ବିଧାନିକ’ ବୋଲି କହିବା ସହ ଇଲେକ୍ଟୋରାଲ ବଣ୍ଡରୁ ରାଜନୈତିକ ପାର୍ଟିମାନଙ୍କୁ ମିଳୁଥିବା ଚାନ୍ଦା ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିପାଇଁ କୋର୍ଟ ଏସବିଆଇକୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ସମୟ ଦେଇଥିଲେ । ମାତ୍ର ଏହି ଅବଧି ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏସବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା । ୨୦୨୯ ମସିହା ଏପ୍ରିଲ ୧୨ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରୟ କରାଯାଇଥିବା ନିର୍ବାଚନୀ ବଣ୍ଡର ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.