fbpx

ସେବାୟତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ସେବାୟତଙ୍କୁ ମିଳିବ….

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ସେବାୟତଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ସେବାୟତଙ୍କୁ ୨ ଲକ୍ଷ ଲେଖାଏଁ ସ୍ୱାସ୍ଥ୍ୟବୀମା ମିଳୁଥିବା ଏଣିକି ସେମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ। ତେବେ ଗୁରୁତର ରୋଗୀଙ୍କୁ ଅଧିକ ୫ ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଛି। ବର୍ଷକୁ ୫୦ ହଜାର ହିସାବରେ ସର୍ବାଧିକ ୩ ଥର ଏହି ସୁବିଧା ମିଳିବ। ସେହିପରି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ କୋଚିଂ ଯୋଗାଇ ଦିଆଯିବ। ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Get real time updates directly on you device, subscribe now.