fbpx

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା; ୭୨୦୦ଟୁଙ୍ଗି ପାଇବେ ସହାୟତା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ପାଇବେ ସହାୟତା । ସହାୟତା ଘୋଷଣା କଲେ ରାଜ୍ୟ ସରକାର । ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ କରାଯାଉଥିଲା। ସନ୍ଧ୍ୟା ସମଯରେ ଗାଁ’ ଗହଳିରେ ରହିଥିବା ଭାଗବତ ଟୁଙ୍ଗିରେ ଭାଗବତ ପାଠ ହେଉଥିଲା। ଶ୍ରୋତାମାନେ ଏକାଠି ହେବା ସହ ଭାଗବତ ପାଠ କରୁଥିଲେ। କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏହି ଭାଗବତ ଟୁଙ୍ଗି ହଜିବାକୁ ବସିଥିଲା । ହେଲେ ଠିକ୍ ସମଯରେ ସରକାରଙ୍କ ‘ଭାଗବତ ଟୁଙ୍ଗି’ ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ । ଏହାଯୋଗୁ ଏହାର ପୁନରୁଦ୍ଧାର ହେବାକୁ ବସିଛି।

ତଥ୍ୟ ଅନୁସାରେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରତି ଭାଗବତ ଟୁଙ୍ଗିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଓଡ଼ିଆ ଭାଗବତ ବହି ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆନଷଙ୍ଗିକ ସହ ମାଇକ୍‌ ସେଟ୍‌ କିଣାଯିବ। ଏଥିସହ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଥିଲା। ଏହାର ଦାୟିତ୍ୱ ଜିଲ୍ଲା ସଂସ୍କତି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି ସହାୟତା ରାଶି ବଢ଼ାଇ ଦିଆଯାଇଛି । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା । ସରକାରଙ୍କ ଏହି ଯୋଜନା ପାଇଁ ଅନେକ ଭାଗବତ ପ୍ରେମୀଙ୍କ ମନରେ ଖୁସି ଆଣିଦେବ ।

Get real time updates directly on you device, subscribe now.