CHARIDHAM

୨୨ରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ,୧୦ ।୧: ଜାନୁଆରୀ ୨୨ରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସମ୍ପର୍କିତ ସବୁ ମାମଲାର ଶୁଣାଣି ହେବ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସବୁ ସିଏଏ ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ଆବେଦନ କରିଛି । ସିଏଏ ସମ୍ପର୍କିତ ବହୁ ମାମଲା ବିଭିନ୍ନ ହାଇକୋର୍ଟରେ ବିଚାରଧୀନ ରହିଥିବା ଜଣାପଡିଛି ।

ଅନ୍ୟପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ବିବାଦ ଥମିବାରେ ନାଁ ନେଉନଥିବା ବେଳେ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦ ଦେଖା ଦେଉଛି । ତେବେ ସିଏଏ ୨୦୧୯ ଜରିଆରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ତେବେ ଜାତି, ଧର୍ମ, ବର୍ଣ୍ଣ, ବର୍ଗ ଆଦି ଆଧାରରେ କୌଣସି ବିଦେଶୀଙ୍କୁ ପଞ୍ଜିକରଣ ଅଥବା ନାଗରିକତା ଗ୍ରହଣ ଜରିଆରେ ଭାରତୀୟ ନାଗରିକ ହେବା ଲାଗି ଆବେଦନ କରିବା ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ସଂଶୋଧନ କରାଯାଇନାହିଁ । ସର୍ବନିମ୍ନ ଆଇନଗତ ଆବଶ୍ୟକତା ପୂରଣ କରିବା ପରେ ଏପରି ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ ପାଇଁ ଆବେଦନ କରିପାରିବେ।