fbpx

EWSକୁ ସରକାରୀ ଚାକିରି, ଆଡମିସନ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ କି ନା, ୧୩ରେ ଆସିବ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦେଶରେ ଆର୍ଥକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ)ଙ୍କୁ ସରକାରୀ ଚାକିରି, ଆଡମିସନ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ କି ନାହିଁ, ସେ ନେଇ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଏନେଇ ସୁପ୍ରିମକୋର୍ଟ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି । ଆସନ୍ତା ୧୩ ତାରିଖରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠ ଏହାର ଶୁଣାଣି କରିବେ ।

ଯଦି ସୁପ୍ରିମକୋର୍ଟ ଇଡବ୍ଲ୍ୟୁଏସ କୋଟାକୁ ବୈଧ ଭାବେ ଗ୍ରହଣ କରନ୍ତି ତେବେ ସରକାରୀ ଚାକିରି ଠାରୁ ଆରମ୍ଭ କରି କଲେଜ ନାମଲେଖା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହାର ଫାଇଦା ମିଳିବ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟାଚିକାକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟ ମୁଦ୍ଦାକୁ ସମସ୍ତ ପକ୍ଷଙ୍କୁ ପ୍ରଦାନ କରାଯାଇଛି । ଏହି ମାମଲାର ଶୁଣାଣି କେଉଁ ପ୍ରକାରେ ଆଉ କେତେ ସମୟ ମଧ୍ୟରେ କରାଯିବ ତା’ର ନିଷ୍ପତ୍ତି ଆସନ୍ତା ୮ ତାରିଖରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଇଡବ୍ଲ୍ୟୁଏସ ସଂରକ୍ଷଣ ଉପରେ ଶୁଣାଣି ପାଞ୍ଚଦିନ ମଧ୍ୟରେ ସମାପ୍ତ କରିବା ପାଇଁ ଚେଷ୍ଟା କରାଯିବ । ଯେଉଁମାନେ ରାଜ୍ୟ ମାମଲାରେ ପକ୍ଷ ରଖିବାକୁ ଚାହିଁବେ ସେମାନଙ୍କୁ ସୁଯୋଗ ଦିଆଯିବ । ସୂଚନାଯୋଗ୍ୟ ଯେ, ୧୦୩ତମ ସମ୍ବିଧାନ ସଂଶୋଧ ଅଧିନିୟମ ୨୦୧୯ ମାଧ୍ୟମରେ ଇଡବ୍ଲ୍ୟୁଏସଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯୋଡ଼ା ଯାଇଥିଲା ।

Get real time updates directly on you device, subscribe now.