fbpx

ବିଶ୍ୱସ୍ତରୀୟ ହେବ ଏସସିବି, ମାର୍ଚ୍ଚରୁ କାମ ଆରମ୍ଭ

କଟକ,୨୨ ।୧(ଓଡିଶା ଭାସ୍କର): କଟକ ବଡ ମେଡିକାଲ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି କଟକ ଗସ୍ତ ଅବସରରେ ଏହି ପ୍ରସ୍ତାବର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଫେବ୍ରୁଆରୀ ସୁଦ୍ଧା ଜମି ଅଧିଗ୍ରହଣ ସରିବା ସହ ମାର୍ଚ୍ଚ ପହିଲାରୁ କାମ ଆରମ୍ଭ ହୋଇଯିବ । ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଏସସିବି ଗସ୍ତପରେ ବିଶ୍ୱସ୍ତରୀୟ କାର୍ଯ୍ୟ ତ୍ୱରାନିତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳ ଓ ଆରଡିସି ପ୍ରସ୍ତାବ ଦେବେ । ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ୨୫ ଏକର ଜମି ଅଧିଗ୍ରହଣ ପାଇଁ ହଟାଯିବ ୧୩ ଡାକ୍ତରଙ୍କ ସରକାରୀ ଘର । କ୍ଷତିଗ୍ରସ୍ତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି ।

ଏହା ସହ ତାଳଦଣ୍ଡା କେନାଲ-ଡାକ୍ତରଖାନା ରାସ୍ତା ୩ ଲେନ୍‌ ବିଶିଷ୍ଟ ହେବ । ଯାତାୟାତରେ ସୁବିଧା ପାଇଁ ୨ଟି ଓଭରବ୍ରିଜ୍‌ ତିଆରି ହେବ । SCBର ନବକଳେବର ପାଇଁ ୧୫ ଶହ କୋଟିର ବ୍ୟୟ ଅଟକଳ କରାଯାଇଛି । ତେବେ ଆଜି ସକାଳେ SCB ହସ୍ପିଟାଲରେ ସ୍ଥିତି ସମୀକ୍ଷା କରିଥିଲେ 5T ସଚିବ ଭି.କେ. ପାଣ୍ଡିଆନ ।

Get real time updates directly on you device, subscribe now.