fbpx

ପ୍ରକାଶ ପାଇଲା ବିଶ୍ୱକପ ଖେଳସୂଚୀ: କଳିଙ୍ଗ ଷ୍ଟାଡିୟମରେ ହେବ ଫାଇନାଲ ମ୍ୟାଚ

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ଏଫଆଇଏଚ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଛି ଖେଳସୂଚୀ । ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ରାଜ୍ୟ ପାଇଁ ଏହା ଆଉ ଏକ ଗୌରବର ବିଷୟ ପାଲଟିଛି । ତେବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ତେବେ ଏହାର ଫାଇନାଲ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ କେଳାଯିବ ।

୨୦୨୩ ଏଫଆଇଏଚ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଛି ହକି ବିଶ୍ୱକପ । ଓଡିଶାର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳାଯିବ । ଏଥିପାଇଁ ଖେଳସୂଚୀ ଘୋଷଣା କରାଯାଇଛି । ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ, ସେମି ଫାଇନାଲ ଏବଂ କ୍ୱାର୍ଟର ଫାଇନାଲ ପାଇଁ କଳିଙ୍ଗ ଷ୍ଟାଡିୟମକୁ ବଛାଯାଇଛି । ସେହିପରି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ଟି ମ୍ୟାଚ ପାଇଁ ସୂଚୀ ରହିଛି । ତେବେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ପାଇଁ ଦର୍ଶକଙ୍କ ଭିଡ ଲାଗିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.