fbpx

ସଚ୍ଚା ଦୋସ୍ତର ପ୍ରମାଣ ଦେଲା ସ୍କୁଲ ଛାତ୍ର, ସାଙ୍ଗ ପାଇଁ ଦେଲା ନିଜ ଜୀବନ

ଲଣ୍ଡନ, ୨୫ା୪: କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏହି ଉକ୍ତିକୁ ସତ୍ୟରେ ପ୍ରମାଣିତ କରିଛି ଲଣ୍ଡନର ଜଣେ ସ୍କୁଲ ଛାତ୍ର । ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରିଟେନର ଏକ ସ୍କୁଲରେ ପଢ଼ୁଥିବା ୧୪ ବର୍ଷୀୟ ବାଳକ ଫରିଜ୍ ଦୁର୍ବୃତ୍ତଙ୍କ ଠାରୁ ନିଜ ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଦେଇଛି । ଫରିଜ୍ ସ୍କୁଲ ୟୁନିଫର୍ମ ପିନ୍ଧି ନିଜ ସାଙ୍ଗ ସହ ଏକ ରେଷ୍ଟୁରାଣ୍ଟକୁ ପିଜା ଖାଇବାକୁ ଯାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ତା’ର ସାଙ୍ଗଠାରୁ ସ୍କୁଟର ଚୋରି କରିବାକୁ ଚେଷ୍ଟା କରିଥିଲେ । ତା’ର ସାଙ୍ଗକୁ ଦୁର୍ବୃତ୍ତମାନେ ଲୁହାରଡ଼ରେ ଆକ୍ରମଣ କରିଥିଲେ । ତେବେ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବା ସମୟରେ ଫରିଜର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ତଳେ ପଡ଼ିଯାଇଥିଲା । ଦୁର୍ବୃତ୍ତମାନେ ସ୍କୁଟର ନେଇ ଫେରାର ହୋଇଯାଇଥିଲେ । ଗୁରୁତରଙ୍କ ଅବସ୍ଥାରେ ଫରିଜକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.