କନ୍ନୁର: କେରଳର କନ୍ନୁରରେ ଏକ ସ୍କୁଲ ବସ୍ ଓଲଟିଯିବା ଫଳରେ ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।
ବୁଧବାର ସ୍ଥାନୀୟ ଭାଲ୍ଲାକାଇ ଅଞ୍ଚଳରେ ଏକ ସ୍କଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସ୍କୁଲ ବସରେ ୪-୧୧ ବ ର୍ଷ ବୟସ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଥିଲେ । ଏହି ଘଟଣାକୁ ନେଇ ଅଭିଭାବକ ଏବଂ ସ୍ଥାନୀୟବାସୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ତିନି ଥର ଓଲଟିଲା ବସ୍:
ବୁଧବାର ସନ୍ଧ୍ୟା ପ୍ରାୟ ୪ଟା ପାଖାପାଖି କୁରୁମାଥୁର ଚିନ୍ମୟୀ ସ୍କୁଲର ଏକ ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଭାଲାକାଇ ସେତୁ ନିକଟରେ ଉକ୍ତ ବସ୍ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ । ଫଳରେ ରାସ୍ତା ଉପରେ ୩ ଥର ବସ୍ ଓଲଟି ପଡ଼ିଥିଲା ।
ରେସ୍କ୍ୟୁ ଅପରେସନ୍:
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରେସ୍କ୍ୟୁ ଅପରେସନ୍ କରିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଛାତ୍ରୀ ଜଣଙ୍କ ହେଲେ ୫ମ ଶ୍ରେଣୀର Nedhya S Rajesh । ସ୍ଥାନୀୟ ବାସିନ୍ଦା ରାସ୍ତାର ‘unscientific design’ ପାଇଁ ଦୁର୍ଘଟଣା ହୋଇଥିବା କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏଭଳି ଦୁର୍ଘଟଣା ପ୍ରାୟ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ଏହି ଦୁର୍ଘଟଣା ସମ୍ପର୍କରେ ସ୍କୁଲ ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଅଯାଇ ନାହିଁ ।
ଅପରପକ୍ଷରେ ପୋଲିସ ଉକ୍ତ ବସ୍ ଡ୍ରାଇଭର ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନ୍ତର୍ଗତ ମାମଲା ରୁଜୁ କରିଛି ।
STORY | Student killed, 18 injured as school bus overturns in Kerala’s Kannur
READ: https://t.co/Nywqm53hQ6
VIDEO:
(Full video available on PTI Videos – https://t.co/n147TvrpG7) pic.twitter.com/haVqljIAR6
— Press Trust of India (@PTI_News) January 1, 2025