fbpx

Big Breaking; ପ୍ରାର୍ଥନା ପରେ ଯୋଗ କରିବେ ସ୍କୁଲ ପିଲା: ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର: ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ଏଣିକି ପିଲାଙ୍କ ଦୈନନ୍ଦିନ ଜୀବନରେ ସାମିଲ ହେବ ଯୋଗାଭ୍ୟାସ । ପ୍ରତ୍ୟେଖ ଦିନ ସ୍କୁଲରେ ପ୍ରାର୍ଥନା ପରେ ଯୋଗ ଶି୪ା କରିବେ ଛାତ୍ରଛାତ୍ରୀ । ସ୍କୁଲ ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥଇପାଇଁ ଏକ ପ୍ରସ୍ତୁତ କରାଯାଇଛି ନୂଆ ଗାଇଡଲାଇନ୍ ।

ମେ’ ୬ ତାରିଖ କମିଶନରଙ୍କ ରିଭ୍ୟୁ ମିଟିଂ ନିଷ୍ପତ୍ତିକୁ ନେଇ ସୂଚନା ଜାରି କରାଯାଇଛି । ଏ ନେଇ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଦୈନନ୍ଦିନ ପ୍ରାର୍ଥନା ପରେ ସ୍କୁଲରେ ପିଲାମାନେ ୧୦ ମିନିଟ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରିବେ ବୋଲି ଏଥିରେ ନିର୍ଦ୍ଦେଶ ଦେଇଛି ଶିକ୍ଷା ନିର୍ଦ୍ଦେଶାଳୟ । ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ କରିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଛି । ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ପାଇଁ ସ୍କୁଲରୁ ପ୍ରତିଭା ଚିହ୍ନଟ କରିବା । ଏଥିପାଇଁ ସମସ୍ତ ସ୍କୁଲକୁ ଏଭଳି ପରାମର୍ଶ ଦିଆଯାଇଛି । ତେବେ ଯେଉଁ ସ୍କୁଲ ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିବ, ସେହି ସ୍କୁଲକୁ ହିଁ ପୁରସ୍କାର ସ୍ୱରୂପ କିଟ୍ସ ପ୍ରଦାନ କରାଯିବ । ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମକୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଦିଆଯିବ ବୋଲି ନିର୍ଦ୍ଦେଶବଳୀରେ କୁହାଯାଇଛି ।

Get real time updates directly on you device, subscribe now.