ଆସନ୍ତାକାଲି ସ୍କୁଲ ଛୁଟି, ପିଲାଙ୍କ ପାଇଁ ଖୁସି ଖବର, ଘୋଷଣା କଲେ ଜିଲ୍ଲାପାଳ

ଜିଲ୍ଲାରେ ସ୍କୁଲ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ।

ମାଲକାନଗିରି: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର।  ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ଜିଲ୍ଲାରେ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ।

ହେଲେ ସବୁ ଜିଲ୍ଲାରେ ନୁହେଁ। କେବଳ ମାଲକାନଗିରିରେ ହିଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଯେହେତୁ ଏବେ ଲଘୁଚାପ ରହିଛି। ଆଉ ପ୍ରଭାବରେ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ ଆସନ୍ତାକାଲି ପାଇଁ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।  କେବଳ ସ୍କୁଲ ନୁହେଁ ଅଙ୍ଗନବାଡ଼ି ସହ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ।