fbpx

October ପହିଲାରୁ ସ୍କୁଲରେ ଦଶହରା ଛୁଟି ଘୋଷଣା: ଜାଣନ୍ତୁ କେବେ ଖୋଲିବ ସ୍କୁଲ?

ଓଡ଼ିଶା ଭାସ୍କର:  ଆଗକୁ ଆସୁଛି ପାର୍ବଣର ମହାସମ୍ଭାର । ଅଶ୍ୱୀନ ମାସରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଏଥିାପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା ହୋଇଯାଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସ୍କୁଲରେ ଛୁଟି ପାଇଁ ଘୋଷଣା ହୋଇଛି । ଲଗାତାର ୧୫ ଦିନ ପାଇଁ ଏହି ଛୁଟି ଉପଭୋଗ କରିପାରିବେ ସ୍କୁଲର ଛାତ୍ରଛାତ୍ରୀ । ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ମହୋତ୍ସବ ପାଳନ କରିବା ପାଇଁ ୧୪ ଦିନର ଛୁଟି ଦେଇଛନ୍ତି ସରକାର । ଅକ୍ଟୋବର ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ଘୋଷଣା କରାଯାଇଛି ।

ଆଗାମୀ ଦଶହରା ପର୍ବ ପାଇଁ ଶିକ୍ଷା ବିଭାଗ ତରଫରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ଅକ୍ଟୋବର ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି(୧୪ ଦିନ) ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ଏହାପରେ ଅକ୍ଟୋବର ୧୫ ତାରିଖରୁ ପୁଣିଥରେ ସ୍କୁଲରେ ପୂର୍ବ ପରି ପାଠପଢା ଆରମ୍ଭ ହେବ । କିନ୍ତୁ କିଛି ବେସରକାରୀ ସ୍କୁଲ ଗୁଡ଼ିକରେ ଏହି ଛୁଟି ଗୋଟିଏ ଦିନ କମ୍ ମିଳିବ । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଅକ୍ଟୋବର ୧ ତାରିଖରୁ ଛୁଟି ପ୍ରଦାନ କରାଯାଉଥିବା ବେଳେ କେତେକ ବେସରକାରୀ ସ୍କୁଲ ଅକ୍ଟୋବର ୨ ତାରିଖରୁ ଛୁଟି ଗ୍ରହଣ କରିବେ । ତେବେ ଅକ୍ଟୋବର ୧୫ ତାରିଖରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢା ପୁନଃ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.