fbpx
BJD SKY
BJD SKY

ପ୍ରବଳ ବର୍ଷା ଯୋଗୁଁ ଆଜିଠୁ ସ୍କୁଲ ଛୁଟି ପାଇଁ ଆଦେଶ: ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ସାରା ରାଜ୍ୟରେ ମୌସୂମୀ ପ୍ରବାହରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଲାଗି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବା ପାଇଁ ନିଆଯାଇଛି । ସ୍କୁଲ ଯାଉଥିବା ପିଲାମାନଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟକୁ ଛୁଟି ଦେବାର ଆଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଦିଲ୍ଲୀ ନୋଏଡାରେ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଡା. ଧର୍ମବୀର ସିଂହ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଜନପଦରେ ପ୍ରବଳ ବର୍ଷା କାରଣରୁ ବନ୍ୟାସମ ସ୍ଥିତି ଉପୁଜିପାରେ । ତେଣୁ ଏହାକୁ ନଜରରେ ରଖି ଜିଲ୍ଲା ମାଜେିଷ୍ଟ୍ରେଟ ମନୀଷ କୁମାର ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ବିଭିନ୍ନ ସ୍କୁଲ ବନ୍ଦ କରାଯିବା ନେଇ ଘୋଷଣା ହୋଇଛି । ତେବେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ ସମସ୍ତ ସ୍କୁଲ । ମୌସୂମୀ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ଏନସିଆରରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍ ରହିବ । ତେବେ ଏହି ସମୟରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ମଧ୍ୟରେ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଆହୁରି ଘନୀଭୂତ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି କରିଛି । ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ । ଏହାପରେ ଧିରେ ଧିରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ ଏହି ଲଘୁଚାପ । ଏହାବ୍ୟତୀତ ଲଘୁଚାପ ଉତ୍ତର-ଆନ୍ଧ୍ରପ୍ରଦେଶ ତଥା ଦକ୍ଷିଣଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରିବାର ଅନୁମାନ କରାଯାଉଛି । ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବରାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ଅନ୍ୟ ୮ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.