fbpx

ଗୋଟିଏ କୋଠରୀରେ ରଖନ୍ତୁ ନାହିଁ ଦୁଇରୁ ଅଧିକ ଝରକା : ଆଣିପାରେ ବଡ ସମସ୍ୟା ….

ଭୁବନେଶ୍ୱର : ମଣିଷକୁ ରହିବା ପାଇଁ ଖଣ୍ଡିଏ ବାସଗୃହର ଆବଶ୍ୟକ ରହିଛି । ଏହି ବାସଗୃହ ବାସ୍ତୁ ନିୟମରେ ହୋଇଥିଲେ ଆମକୁ ବହୁତ ଶୁଭଫଳ ମିଳିଥାଏ । ବାସ୍ତୁରେ ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ପରି ମହାନ ଓ ପରମ କଲ୍ୟାଣକାରୀ ଶାସ୍ତ୍ର ଆଉ ନାହିଁ ଏବଂ ଏହାର ଜ୍ୟୋତିଷ ଶାସ୍ତ୍ର ସହ ନିବିଡ ସମ୍ପର୍କ ରହିଛି । ମଣିଷ ସବୁଠାରୁ ଅଧିକ ବିଶ୍ୱାସ ଶାସ୍ତ୍ର ଉପରେ କରିଥାଏ । ଗୃହକୁ ଠିକ ଭାବେ ନିର୍ମାଣ କରିବା ଏବଂ ଭୂମିର ଦୋଷକୁ ଜାଣିବା ଏହି ସବୁ ଜିନିଷ ବାସ୍ତୁଶାସ୍ତ୍ରର ଅନ୍ତର୍ଗତ ଅଟେ । କିନ୍ତୁ ଗୃହବାସୀଙ୍କ ଭାଗ୍ୟ ଜ୍ୟୋତିଷ ଶାସ୍ତ୍ରରୁ ଅଧ୍ୟନ କରାଯାଏ । ଗୃହବାସୀଙ୍କ ଜାତକରେ ଥିବା ଗ୍ରହମାନଙ୍କ ଅବସ୍ଥିତିକୁ ପରକ୍ଷୀ ଗୃହ ନିର୍ମାଣ କରାଯାଇଥାଏ।

ଏନେଇ ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଉଭୟ ପରଷ୍ପର ପରିପୂରକ। ତେଣୁ ମନୁଷ୍ୟ ଜନ୍ମନେବା ପୂର୍ବରୁ ସେ କେମିତି ପରିବେଶ ଦେଇ ଗତିକରିବ ଏବଂ କେମିତି ବାସ୍ତୁରେ ରହିବ ତାହା ପୂର୍ବ ନିର୍ଦ୍ଧାରିତ । ଏଣୁ ଗୃହକର୍ତ୍ତାଙ୍କର ଜାତକ ଦେଖି ମଧ୍ୟ କହିହେବ ଯେ, କିପ୍ରକାର ବାସ୍ତୁଦୋଷ ଗୃହରେ ଅଛି। ଆଜିର ଯୁଗରେ ଗୃହଟିଏ ନିର୍ମାଣ କରିବା କେବଳ କଷ୍ଟସାଧ୍ୟ ତାହା ନୁହେଁ ବରଂ ବହୁତ ବ୍ୟୟସାପେକ୍ଷ ମଧ୍ୟ। ଏଣୁ ଭୂମିଚୟନ ଠାରୁ ନେଇ ଗୃହନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ ସୋପାନରେ ବାସ୍ତୁବିତିକ ପରାମର୍ଶ ନେଇ ଗୃହନିର୍ମାଣ କଲେ ବାସ୍ତୁଦୋଷ ରହିବାର ଅଶଙ୍କା କମିଯାଏ ଏବଂ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୃହରେ ଥିବା ଝରକାର ବାସ୍ତୁ ନିୟମ । ଝରକା ଦ୍ୱାରା ଗୃହକୁ ବିଭିନ୍ନ ଶକ୍ତି ପ୍ରବେଶ କରିଥାଏ। ଏଣୁ ଏହି ଝରକା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଝରକାର ଅବସ୍ଥିତି ଗୃହବାସୀଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।

. ଗୋଟିଏ କୋଠରୀରେ ଗୋଟିଏ କିମ୍ବା ଦୁଇଟି ଝରକା ଲଗାଇବା କଥା ଏହାଠାରୁ ଅଧିକା ଝରକା ଅଶୁଭ ଫଳ ଦେଇଥାଏ, ଅର୍ଥାତ୍ ଘର ଭିତରେ ପାରିବାରିକ କଳହର କାରଣ ହୋଇଥାଏ। ଏହା ବ୍ୟତୀତ ସମ୍ପୁର୍ଣ୍ଣ ଗୃହରେ ମୋଟ ଝରକା ସଂଖ୍ୟା   ସମସଂଖ୍ୟକ ହେବା ଶୁଭ।

. ଗୃହର ଗୋଟେ ଦ୍ୱାରର କ୍ଷେତ୍ରଫଳ ଯେତିକି ସେହି ଗୃହରେ ଝରକାଗୁଡିକର କ୍ଷେତ୍ରଫଳ ସହ ସମାନ ହେବା ଭଲ କିଛି କମିଗଲେ ଚଳିବ କିନ୍ତୁ ଅଧିକ ହେବା ଅତ୍ୟନ୍ତ କ୍ଷତିକାରକ।
ଝରକାର କବାଟ କିମ୍ବା ଏଥିରେ ବ୍ୟବହୃତ କାଚ ଭାଙ୍ଗିଯାଇଥିଲେ ତୁରନ୍ତ ମରାମତି କରିବା ଆବଶ୍ୟକ । ଭଙ୍ଗା ଝରକା ଆଖି, କାନ ଓ ନାକ ଉପରେ କୁ-ପ୍ରଭାବ ପକାଇଥାଏ।
. ଝରକା ନିର୍ମାଣରେ ଝରକାର ବନ୍ଧ ଓ କବାଟ ଶାଳ, ପିଆସାଳ, ଶାଗୁଆନ ଆଦି ଭଲ ସାନ୍ଧ୍ରତା ଥିବା କାଠରେ ତିଆରି କରିବା କଥା। ଅନ୍ୟ ଗୃହରେ ବା ଆଗରୁ ବ୍ୟବହୃତ ଝରକା କିମ୍ବା ବନ୍ଧକୁ ଆଣି ବା ପୁରୁଣା ଝରକା ନୂଆ ଗୃହରେ ବ୍ୟବହାର କରିବା   କଥା  ନୁହେଁ।
. ଝରକା ଓ କବାଟ ସଦାସର୍ବଦା ବାହାରକୁ ଖୋଲିବା ଶୁଭ ଏବଂ ଏହାକୁ ଖୋଲିବା ବେଳେ ଖରାପ ସାଉଣ୍ଡ ଆସିବା ଉଚିତ ନୁହେଁ।

Get real time updates directly on you device, subscribe now.