fbpx
BJD SKY
BJD SKY

ହୀରାକୁଦ ଜଳସ୍ତର: ସକାଳ ୬ଟା ସୁଦ୍ଧା ୬୧୨.୫୪ ଫୁଟ

BJD

ସମ୍ବଲପୁର: ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୨.୫୪ ଫୁଟରେ ଗତି କରୁଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ଲଗାଣିଆ ବର୍ଷା ହେବା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ସେଲାଗି ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମ ୧୨ ଗେଟ୍ ଖୋଲିଛି ।

ସୂଚନା ଅନୁଯାୟୀ, ବନ୍ୟାଜଳ ବର୍ତ୍ତମାନ ହୀରାକୁଦରେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ଅନ୍ୟପଟେ ଡ୍ୟାମରେ ୯୭ ହଜାର ୬୫୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିରୁ ନିଷ୍କାସିତ ହେଉଛି ୨ ଲକ୍ଷ ୨୨ ହଜାର ୩୧ କ୍ୟୁସେକ ଜଳ । ଜଳସ୍ତର ବଢିବା ହେତୁ ଗତକାଲି ୪ଟି ଗେଟ୍ ଖୋଲାଯାଇଛି ।

ଦେଶର ଉତ୍ତର ଭାଗରେ ବର୍ଷା ଯୋଗୁଁ ବନ୍ୟାପରିସ୍ଥିତି ଦେଖାଦେଇଛି । ସେହିପରି ରାଜ୍ୟର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ଘଟୁଛି । ରବିବାର ଦିନ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଥିଲା । ସୋମାବର ଦିନ ୩ଟି ଗେଟ୍ ଖୋଲିବା ପରେ ଗତକାଲି ବୁଧବାର ଦିନ ଆଉ ୪ଟି ଗେଟ୍ ଖୋଲିଥିଲା । ଏହି ସମସ୍ତ ଗେଟକୁ ମିଶାଇ ୧୨ଟି ଗେଟରେ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.