fbpx

ଆଜିଠାରୁ ଖୋଲିଲା ସ୍କୁଲ: ପରିଦର୍ଶନ କଲେ ମନ୍ତ୍ରୀ

Advertisement

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜିଠାରୁ ଖୋଲିଛି ସ୍କୁଲ । ସ୍କୁଲ ଖୋଲିବା ନେଇ ସରକାରଙ୍କ ତରଫରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିଲା । ପୂର୍ବରୁ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ।

ଆଜି ସ୍କୁଲ ଖୋଲିବାର ପ୍ରଥମ ଦିନରେ ମନ୍ତ୍ରୀ ବିଜେବି ସ୍କୁଲ ପରିଦର୍ଶନ କରିଛନ୍ତି । ଏଥିସହ ମନ୍ତ୍ରୀ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ସ୍କୁଲ ପରିସରରେ କୋଭିଡ ନିୟମ ନେଇ ଜାରି ହୋଇଥିବା ଏସଓପିକୁ ଅନୁଧ୍ୟାନ କରିଛନ୍ତି । ସ୍କୁଲ ଖୋଲିବା ନେଇ ଲାଇବ୍ରେରୀ, ଆସବାବପତ୍ର, ପାଣି ଟାଙ୍କି, ରୋଷେଇ ଘର, ଶୌଚାଳୟ ଆଦିକୁ ବିଶୋଧନ କରାଯାଇଛି । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ପରିସରରେ କୋଭିଡ ହେଲପ ଲାଇନ ନମ୍ବର ଲେଖାଯାଇଛି । ପ୍ରବେଶ ଓ ପ୍ରାର୍ଥନା ସମୟରେ ୬ ଫୁଟ ଦୂରତାରେ ବୃତ୍ତାକାର ଚିହ୍ନ ଅଙ୍କାଯାଇଛି । ବୁଲା ଦୋକାନୀଙ୍କୁ ସ୍କୁଲ ପରିସରରେ ପ୍ରବେଶ ନିଷେଧ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ ବୋଲି କୁହାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ଗତକାଲି ମନ୍ତ୍ରୀ ଶ୍ରୀ ଦାସ ଭୁବନେଶ୍ୱରର କେତେକ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.