fbpx

ବଦଳିପାରେ ସ୍କୁଲ ସମୟ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର):ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିଥିବା ସ୍କୁଲ ସମୟ ବଦଳିପାରେ । ଖରା ପାଇଁ ସମସ୍ୟା ହେଉଥିବାରୁ ତର୍ଜମା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଆଗାମୀ ଦିନରେ ସମୟ ପରିବର୍ତ୍ତନ ନେଇ ତର୍ଜମା କରୁଛୁ ।’

ତେବେ ଆଜିଠାରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.