fbpx

୫-ଟିର କ୍ଲାସିକ ଉଦାହରଣ ‘ସ୍କୁଲ ରୂପାନ୍ତରଣ’, ମୁଖ୍ୟମନ୍ତ୍ରୀ ଆହୁରି କହିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ୫-ଟିର କ୍ଲାସିକ ଉଦାହରଣ ହେଉଛି ‘ସ୍କୁଲ ରୂପାନ୍ତରଣ’। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏହି କାର୍ଯ୍ୟ ଆରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଉପରୋକ୍ତ ମତ ଦେଇଛନ୍ତି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଏହି ଅବସରରେ ସମସ୍ତ ୧୦ଟି ସ୍କୁଲରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା।

ଭର୍ଚ୍ୟଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଥିବା ସ୍ଵପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ଵପ୍ନ ସାକାର ହେଲେ ନୂଆ ଓଡ଼ିଶା ଭିତ୍ତି ଭାବରେ ତାହା ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ। ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସେହିପରି ସ୍ଵଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ଼ ଶକ୍ତି  ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡ଼ିକର ଯତ୍ନ ନେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଡ଼ିଏ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ। 5T  ସଚିବ ଭିକେ ପାଣ୍ଡିଆନ୍  କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ଜିଲ୍ଲାପାଳମାନେ ସାମିଲ୍ ହୋଇଥିଲେ।

Get real time updates directly on you device, subscribe now.