fbpx

ରାଜ୍ୟରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୧୭ରୁ ଖୋଲିବ ନାହିଁ ସ୍କୁଲ । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ଏହାକୁ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।


ତେବେ ଲକଡାଉନ ଚତୁର୍ଥ ପର୍ଯ୍ୟାୟର ଅବଧି ଆଜି ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତାକାଲି ଠାରୁ ସାରା ଦେଶରେ ଅନଲକ୍-୧ ଆରମ୍ଭ ହେବାକୁ ଯାଉଛି । ଏଥିରେ କିଛିଟା କଟକଣାକୁ କୋହଳ କରାଯାଇଛି । କିନ୍ତୁ ଜୁଲାଇ ମାସରୁ ସ୍କୁଲ ଖୋଲିବ କି ନାହିଁ, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କହିଛି । ଅନ୍ୟପଟେ ଆସନ୍ତା କାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା । ୩୬ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ +୨ ଖାତାଦେଖା । ୨ ଟି ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ହେବ ଖାତାଦେଖା । ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନରେ ମୂଲ୍ୟାୟନ ହେବ ।

Get real time updates directly on you device, subscribe now.