fbpx

ଏପ୍ରିଲ ୧୫ ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିବ ସ୍କୁଲ ଓ କଲେଜ, କିନ୍ତୁ ଶିକ୍ଷକ ଆସିବେ ସ୍କୁଲ

ଶିମଲା,୩ ।୪: କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏନେଇ ଆଜି ସରକାରୀ ବିଜ୍ଞପ୍ତି ଜାରି ହୋଇଛି । କିନ୍ତୁ ଶିକ୍ଷକମାନଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଆସିବାକୁ ପଡିବ । ସେମାନଙ୍କୁ କୌଣସି ପ୍ରକାରର ଛୁଟି ଦିଆଯିବ ନାହିଁ ।

ହିମାଚଳ ପ୍ରଦେଶଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବ । ଏହି ଅବସରରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ବିଦ୍ୟାଳୟକୁ ଆସିବେ । ଯେଉଁ ପିଲାମାନଙ୍କର ପରୀକ୍ଷା ଅଛି, ସେମାନେ ପରିବାରର ସହମତି ନେଇ ସ୍କୁଲ ଆସିବେ । ଏହି ପ୍ରଦେଶରେ ସମସ୍ତ ପ୍ରକାର କୋଚିଂ ସେଣ୍ଟର, ମେଡିକାଲ କଲେଜ, ଡେଣ୍ଟାଲ କଲେଜ ଖୋଲାଯିବ, କିନ୍ତୁ ସେଠାରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପଡିବ । ସରକାରୀ ବିଜ୍ଞପ୍ତିରେ ସ୍କୁଲ କଲେଜଗୁଡିକରେ ହଷ୍ଟେଲଗୁଡିକ ବନ୍ଦ ହେବ ନାହିଁ ବୋଲି କୁହାଯାଇଛି । କିନ୍ତୁ ଏଠାରେ କୋଭିଡ ଗାଇଡଲାଇନ୍ ପାଳନ ହେବ ।

ତେବେ ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୪,୪୨୦କୁ ବୃଦ୍ଧି ପାଇଛି । ଏବେ ୩,୩୩୮ ସକ୍ରିୟ ମାମଲା ଥିବା ବେଳେ ୬୦,୦୨୩ ସକ୍ରଂମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୪୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.