fbpx

କାଲି କୋରାପୁଟ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ୍‌-ଅଙ୍ଗନବାଡ଼ି କେନ୍ଦ୍ର; ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

କୋରାପୁଟ:  (ଓଡ଼ିଶା ଭାସ୍କର) ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର । ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍‌ ୱାର୍ଣ୍ଣିଂ ଦେଇ ଥିବାରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ବର୍ଷା ବେଳେ ଘରୁ ନବାହାରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କହିଲେ କଲେକ୍ଟର୍ । ଏଥି ସହିତ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

Get real time updates directly on you device, subscribe now.