୧୮ ତାରିଖ ଦିନ ଖୋଲିବନି ସ୍କୁଲ, ଏହା ପରିବର୍ତ୍ତେ ୨୦ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି।
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜରୁରୀ ସୂଚନା। ୧୮ ତାରିଖ ଦିନ ରାଜ୍ୟରେ ଖୋଲିବନି ସ୍କୁଲ। ଖରା ଗରମକୁ ଆଖି ଆଗରେ ରଖି ମାସେ ଦେଢ଼ମାସ ହେବ ସ୍କୁଲ ବନ୍ଦ କରିଥିଲେ ରାଜ୍ୟ ସରକାର।
ଏହାସହ ଜୁନ୍ ୧୮ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ସୂଚନା ଆସିଛି କି ୧୮ ତାରିଖ ବଦଳରେ ୨୦ ତାରିଖରେ ଖୋଲିବ ସ୍କୁଲ।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ପଠାଯାଇଛି। ସ୍କୁଲ ଖୋଲିବା ପରେ ପୁଣି ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି କୁହାଯାଇଛି।