fbpx

ରାଜ୍ୟରେ ୧୦୦ ଦିନ ପାଇଁ ଖୋଲିବ ସ୍କୁଲ, ଜାଣନ୍ତୁ କେବେ?

Advertisement

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚାଲିଥିବା ଛକାପଞ୍ଛା ର ଅନ୍ତ ଘଟିଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ପାଠପଢା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଜାନୁଆରୀ ୮ରୁ ଆରମ୍ଭ ହେବ । ୧୦୦ ଦିନ ପାଇଁ ପାଠପଢା ହେବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ପାଠ ପଢିବାକୁ ଯିବେ । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଘୋଷଣା ହୋଇଛି ।

ବାର୍ଷିକ ପରୀକ୍ଷା ନିମନ୍ତେ ପିଲାଙ୍କୁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯିବ । ଏହା ସହ ମେ’୩ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ । ମେ ୩ରୁ ୧୫ ତାରିଖ ଯାଏଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Get real time updates directly on you device, subscribe now.