fbpx

କଡ଼ା ଗାଇଡଲାଇନ୍ ସହିତ ଏହି ରାଜ୍ୟଗୁଡିକରେ ଆଜିଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ପାଠପଢାରେ ବିଶେଷ ପ୍ରଭାବ ପଡିଛି । ଅଧିକ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବାରୁ ପୁଣିଥରେ ଦେଶରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ୧ ସେପ୍ଟେମ୍ବର ଅର୍ଥାତ୍ ଆଜିଠାରୁ ଅନେକ ରାଜ୍ୟରେ ସ୍କୁଲ କଲେଜଗୁଡିକ ଖୋଲିବାକୁ ଯାଉଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଭଳି ରାଜ୍ୟରେ କଡ଼ା ଗାଇଡଲାଇନ୍ ସହିତ ସ୍କୁଲ ଖୋଲିବ ।

ତେବେ ଉତ୍ତରପ୍ରଦେଶରେ ଆଜି ପ୍ରଥମୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଅଫଲାଇନ୍ ସହିତ ଅନଲାଇନ୍ କ୍ଲାସ ମଧ୍ୟ ଚାଲିବ । ୟୁପି ସହି ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ବି ଆଜିଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ।

Get real time updates directly on you device, subscribe now.