ପାଟନା,୧୮ ।୧୨: ଅନେକ ରାଜ୍ୟରେ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ବିହାରରେ ଛାତ୍ରଛାତ୍ରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ବିହାରର ନୀତିଶ ସରକାର ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ ଜାନୁଆରି ୨୦୨୧ରେ ସ୍କୁଲ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ସହିତ କୋଚିଂ ପ୍ରତିଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ମିଳିଛି ।
ତେବେ ସରକାରଙ୍କ ନୂଆ ଆଦେଶ ଅନୁସାରେ, ସିନିୟର ସେକ୍ସନ ଅର୍ଥାତ୍ ୧୦ମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସ ଆରମ୍ଭ ହେବ । ସ୍କୁଲ ଆସିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ସରକାର ମାଗଣାରେ ମାସ୍କ ଦେବେ । ବିଦ୍ୟାଳୟ ସହ ହଷ୍ଟେଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।