fbpx

୫୦ ପ୍ରତିଶତ ମୋଟାପଣ ଓ ୯୦ ପ୍ରତିଶତ ଦୁଶ୍ଚିନ୍ତା କମ କରେ ଗଭୀର ନିଦ୍ରା- ବୈଜ୍ଞାନିକଙ୍କ ଦାବି

ଓଡ଼ିଶା ଭାସ୍କର ବ୍ୟୁରୋ: ଗାଢ଼ ଶରୀର ପାଇଁ ନିହାତି ଆବଶ୍ୟକ । ଏହା ଆମ ଶରୀରକୁ ରିପାୟାର୍ କରିବାରେ ସହାୟକ ହୋଇଥାଏ । ନିଦ ଦ୍ୱାରା କେବଳ ମୋଟାପଣ, ହୃଦରୋଗ ଭଳି ରୋଗରୁ ମୁକ୍ତି ମିଳେନି ବରଂ ରୋଗ ହେଲେ ଖୁବ୍ ଶୀଘ୍ର ଠିକ୍ ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ । ନିଦର ଚାରୋଟି ଷ୍ଟେଜ୍ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି ରାପିଡ୍ ଆଇ ମୁଭମେଣ୍ଟ ଅର୍ଥାତ୍ ଆରଇଏମ୍ । ଏହି ଷ୍ଟେଜ୍ ରେ ସ୍ୱପ୍ନ ଆସିଥାଏ ଏବଂ ଏଥିରେ ଶରୀରକୁ ଖୁବ୍ ଲାଭ ହୋଇଥାଏ ।

ଯଦି ଆପଣ ୮ଘଣ୍ଟା ଶୋଉଛନ୍ତି ତାହେଲେ ଏଥିରେ ୨୦ ପ୍ରତିଶତ ଅର୍ଥାତ୍ ୯୬ ମିନିଟ୍ ଗାଢ଼ ନିଦ ବା ଆରଇଏମ୍ ଆବଶ୍ୟକ । ଏନେଇ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି । ସେଲ୍ ଫୋନ୍, କମ୍ପ୍ୟୁଟର ପରି ଇଲେକ୍ଟ୍ରୋନିକ୍ ଉପକରଣ ଗୁଡ଼ିକରୁ ସ୍ୱଳ୍ପ ୱେବ୍ ଲେନ୍ଥ ନିର୍ଗତ ହୋଇଥାଏ । ଏହି ବ୍ଲୁ ଲାଇଟ୍ ସନ୍ଧ୍ୟାରେ ଆସୁଥିବା ନିଦ ହରମୋନ୍ ମେଲାଟୋନିନ୍ କୁ କମ୍ କରିଥାଏ । ଏହି ସ୍ଲୋ ୱେବ ଓ ନିଦ୍ରା ଯିବା ସମୟକୁ କମ୍ କରିଥାଏ ।

ନିଦର ଚାରୋଟି ଚକ୍ର

ପ୍ରଥମ ଚକ୍ର: ନନ୍ ରାପିଡ୍ ଆଇ ମୁଭମେଣ୍ଟ୍ ଅର୍ଥାତ୍ ଏନଆରଇଏମ୍ ଷ୍ଟେଜ୍ ୧- ଆପଣ ଶୋଇବା ମାତ୍ରେ ଏହି ଅବସ୍ଥା ଆରମ୍ଭ ହୁଏ । ଏହି ପର୍ୟ୍ୟାୟ ପ୍ରାୟ ୨୦ ମିନିଟ୍ ପର୍ୟ୍ୟନ୍ତ ଚାଲିଥାଏ ।
ଦ୍ୱିତୀୟ ଚକ୍ର: ଏନଆରଇଏମ୍ ଷ୍ଟେଜ୍-୨- ନିଦର ଏହି ଅବଧି ସାରାରାତିର ନିଦର ୫୦ ପ୍ରତିଶତ ହୋଇଥାଏ । ଏଥିରେ ସ୍ଲୋୱେବ ଅର୍ଥାତ୍ ଡେଲଟା ତରଙ୍ଗ ଛାଡ଼ିବା ଆରମ୍ଭ କରିଥାଏ ।
ତୃତୀୟ ଚକ୍ର: ଏନଆରଇଏମ୍ ଷ୍ଟେଜ୍-୩- ନିଦର ଏହି ଷ୍ଟେଜ୍ କୁ ଗାଢ଼ ନିଦ କୁହାଯାଇଥାଏ । ଏହା ଶରୀରର ରିକଭରୀ ଏବଂ ବିକାଶ ପାଇର୍ ଖୁବ୍ ମହତ୍ୱପୂର୍ଣ୍ଣ ।
ଚତୁର୍ଥ ଷ୍ଟେଜ୍: ଏନଆରଇଏମ୍ ଷ୍ଟେଜ୍-୪- ଏହି ଶୋଇବା ଅବସ୍ଥାରେ ପ୍ରାୟ ସମସ୍ତ ମାଂସପେଶୀ ରିଲାକ୍ସ ହୋଇଥାଏ । ନିଶ୍ୱାସ ଅନିୟମିତ ହୁଏ । ସ୍ୱପ୍ନ ଆସିବା ଆରମ୍ଭ ହୁଏ । ଏହା ହେଉଛି ଶୋଇବାର ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଚକ୍ର ।

 

Get real time updates directly on you device, subscribe now.