fbpx

ମିଷ୍ଟର ମୋଦୀ, ଆସନ୍ତୁ ଆମ କଥା ଶୁଣନ୍ତୁ… ଟିଏମସି ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍

ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନକୁ ଆଉ କେବଳ ଗୋଟିଏ ସପ୍ତାହ ବାକି ରହିଛି। ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଦନର ଗୃହ କାର୍ଯ୍ୟରେ ଭାଗ ନେବାକୁ ଅପିଲ୍ କରିଛନ୍ତି। ଗୃହକୁ ଆସନ୍ତୁ ଏବଂ ଆମ କଥା ଶୁଣନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ପେଗାସସ ସ୍ପାଇଓ୍ଵେର ବିବାଦକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଗତିରୋଧ ସ୍ଥିତି ଜାରି ରହିଛି। ଓ ବ୍ରାଏନ ସଂସଦରେ ବିଭିନ୍ନ ବିରୋଧୀ ଦଳକୁ ଧୋକା ଦେବାର ତିନି ମିନିଟର ଭିଡିଓ ଟ୍ଵିଟ୍ କରିଛନ୍ତି। ଏହାର ଶୀର୍ଷକ ରହିଛି, ମିଷ୍ଟର ମୋଦୀ, ଆସନ୍ତୁ ଆମର କଥା ଶୁଣନ୍ତୁ ରହିଛି।

ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ଅଧିବେଶନର ଉଦଘାଟନ ଭାଷଣ ଓ ନୂତନ ମନ୍ତ୍ରୀଙ୍କ ପରିଚୟ କରାଇବା ପାଇଁ ଥରୁଟିଏ ସଂସଦରେ ଉପସ୍ଥିତ ଥିଲେ। ହେଲେ ପ୍ରବଳ  ହଟ୍ଟଗୋଳ କାରଣରୁ ଗୃହ ଅଚଳ ହୋଇ ପଡିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏକ ବୈଶ୍ଵିକ ଗଣମାଧ୍ୟମ ସଂଘ ଦ୍ଵାରା ଅନେକ ଦେଶରେ ସ୍ପାଇଓ୍ଵେରର ଅବୈଧ ଉପଯୋଗ ବିଷୟରେ ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ଜୁଲାଇ ୧୯ରୁ ମୌସୁମି ଅଧିବେଶନ ଠିକରେ ଚାଲି ପାରିନାହିଁ। ଉଭୟ ଗୃହରେ ଅଚଳାବସ୍ଥା ଆଜି ମଧ୍ୟ ଜାରି ରହିଛି।

 

ଅଭିଯୋଗ  ହୋଇଛି ଯେ, ସ୍ପାଇଓ୍ଵେରର ଉପଯୋଗ ରାଜନୈତିକ ଦଳର ନେତା, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ଅଦାଲତର ଅଧିକାରୀ, ଜଣେ ପୂର୍ବତନ ନିର୍ବାଚନ ଆୟୋଗ ଓ ସାମାଜିକ କାର‌୍ୟ୍ୟକର୍ତ୍ତାଙ୍କ ବିରୋଧରେ କରାଯାଇଛି। ଏକ ନ୍ୟୁଜ୍ ପୋର୍ଟାଲ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ତାଲିକାରେ ଭାରତର ପ୍ରାୟ ୩୦୦ ନମ୍ବର ରହିଛି। ହେଲେ ସରକାର ଏହାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।

Get real time updates directly on you device, subscribe now.